ETV Bharat / state

ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟତ ବାଧାପ୍ରାପ୍ତ

ଶାଳଭଙ୍ଗା ନିକଟରେ ବର୍ଷା ହେବା କାରଣରୁ ଭୁଶୁଡିଲା ପୋଲ । ବିପଦ ସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ସ୍ଥାନୀୟ ଲୋକେ ।

author img

By

Published : Aug 21, 2022, 10:25 AM IST

ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟତ ବାଧାପ୍ରାପ୍ତ
ଲଗାଣ ବର୍ଷାରେ ଭୁଶୁଡିଲା ପୋଲ, ଯାତାୟତ ବାଧାପ୍ରାପ୍ତ

ନୟାଗଡ: ଲଗାଣ ବର୍ଷା ଯୋଗୁଁ ବେହାଲ ନୟାଗଡ ଜିଲ୍ଲା । ବର୍ଷା ପ୍ରଭାବରେ ଭୁଶୁଡିଲା ପୋଲ । ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ଠାରୁ ବାଣୀଗୋଛା ମଧ୍ୟରେ ଥିବା ଏକ ପୋଲ ଭୁଶୁଡିଥିବା ନେଇ ସୂଚନା ମିଳିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ନୟାଗଡରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଗତକାଲି (ଶନିବାର) ଶାଳଭଙ୍ଗା ନିକଟରେ ଅଧିକ ବର୍ଷା ହେବା କାରଣରୁ ପୋଲଟି ଭୁଶୁଡି ପଡିଥିଲା । ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ଲୋକମାନେ ଯାତାୟାତ କରୁଛନ୍ତି । ପୂର୍ବ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଯୋଗାଯୋଗର ମାଧ୍ୟମ ଥିବା ଏହି ପୋଲ ୪୦ ପ୍ରତିଶତ ଭୁଶୁଡି ପଡିବାରୁ ସମ୍ପୂର୍ଣ୍ଣ ଭାଙ୍ଗିବା ନେଇ ଆଶଙ୍କା ଦେଖା ଦେଇଛି । ଯଦି ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଏ ତେବେ ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ଠପ ହୋଇଯିବ । ତେଣୁ ଜାତୀୟ ରାଜପଥ ପ୍ରାଧିକରଣ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.