ETV Bharat / state

ବଧୂହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବlରେ ବଧୂହତ୍ୟା ଅଭିଯୋଗ। ଅଧିକ ପଡ଼ନ୍ତୁ...

ଓଡ଼ଗାଁ ଥାନା ରୋହିବlରେ ବଧୂ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ

author img

By

Published : Oct 23, 2020, 11:03 PM IST

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ରୋହିବlରେ ବଧୂହତ୍ୟା ଅଭିଯୋଗ। ଆଜି(ଶୁକ୍ରବାର) ରୋହିବା ନିବାସୀ ଅର୍ଜୁନ ସାହୁଙ୍କ ପତ୍ନୀ ଝୁମୁରି ସାହୁଙ୍କ ମୃତ୍ୟୁ ହୋଇଥିଲା। ତେବେ ଝୁମୁରୀଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଲୋକେ ଅଭିଯୋଗ କରିଛନ୍ତି।

7 ବର୍ଷ ତଳେ ଗଂଜାମ ବଡ଼ସାହି ଅଞ୍ଚଳର ଝୁମୁରି ସାହୁ ରୋହିବାର ରାଧାକୃଷ୍ଣ ସାହୁଙ୍କ ପୁଅ ଅର୍ଜୁନ ସାହୁଙ୍କୁ ବିବାହ କରିଥିଲେ। ତେବେ ବିବାହ ପରଠୁ ଝୁମୁରିଙ୍କ ଉପରେ ଯୌତୁକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା। ବିଭିନ୍ନ ସମୟରେ ଝୁମୁରିଙ୍କୁ ତାଙ୍କ ଶାଶୂଘର ଲୋକେ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିବା ନେଇ ଅଭିଯୋଗ ହୋଇଛି।

ତେବେ ଆଜି(ଶୁକ୍ରବାର) ଝୁମୁରୀଙ୍କ ମୃତ୍ୟୁ ପରେ ଅର୍ଜୁନ ସାହୁଙ୍କ ପରିବାର ଲୋକେ ଶବଦାହ ପାଇଁ ଶଶ୍ମାନକୁ ନେଇଯାଇଥିଲେ। ଏନେଇ କୌଣସି ମତେ ଝୁମୁରୀଙ୍କ ପରିବାର ଲୋକେ ଖବର ପାଇବା ପରେ ଓଡଗାଁ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପୋଷ୍ଟମୋର୍ଟମ ପାଇଁ ପଠାଇଥିଲା।

ପୋଲିସ ଘଟଣାରେ ଝୁମୁରୀଙ୍କ ଶାଶୂଘର ଲୋକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ କରିବା ନେଇ ସୂଚନା ଦେଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.