ETV Bharat / state

ପରୀ ଗାଁରେ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ, ଦୋହରାଇଲେ ମନ୍ତ୍ରୀଙ୍କ ଇସ୍ତଫା-ସିବିଆଇ ତଦନ୍ତ ଦାବି - ପରୀ ହତ୍ୟାକାଣ୍ଡରେ ବିଜେପି ଆଭିମୁଖ୍ୟ

ପରୀ ହତ୍ୟାକାଣ୍ଡ ଘଟଣାରେ ନୟାଗଡ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ପୁରନ୍ଦେଶ୍ବରୀ । ଅଧିକ ପଢନ୍ତୁ.....

ପରୀ ଗାଁରେ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ବରୀ , ଦୋହରାଇଲେ ମନ୍ତ୍ରୀଙ୍କ ଇସ୍ଥଫା ଦାବି
ପରୀ ଗାଁରେ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ, ଦୋହରାଇଲେ ମନ୍ତ୍ରୀଙ୍କ ଇସ୍ତଫା-ସିବିଆଇ ତଦନ୍ତ ଦାବି
author img

By

Published : Dec 10, 2020, 6:30 PM IST

ନୟାଗଡ: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାରେ ନୟାଗଡ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ବିଜେପିର ପ୍ରଭାରୀ ଡି ପୁରନ୍ଦେଶ୍ବରୀ । ସେ ଆଜି ନୟାଗଡର ଯଦୁପୁର ଗ୍ରାମ ପହଞ୍ଚି ପରୀ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଏହା ପରେ ସେ ଘଟଣାର ସିବିଆଇ ତଦନ୍ତ ଦାବି ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି । ପୁରନ୍ଦେଶ୍ବରୀ ଯଦୁପର ଗ୍ରାମରେ ପହଞ୍ଚିବା ପରେ ପରୀ ବାପା ଅଶୋକ ସାହୁ, ମା' ସୌଦାମିନୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସେ ପରୀର ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ପରୀ ଗାଁରେ ବିଜେପି ପ୍ରଭାରୀ ପୁରନ୍ଦେଶ୍ବରୀ, ଦୋହରାଇଲେ ମନ୍ତ୍ରୀଙ୍କ ଇସ୍ତଫା-ସିବିଆଇ ତଦନ୍ତ ଦାବି

କ୍ରାଇମବ୍ରାଞ୍ଚ ହେଉ କି ଏସଆଇଟି ତଦନ୍ତ, ପରୀ ପରିବାରକୁ ନ୍ୟାୟ ପ୍ରଦାନ କରିବନି, ବରଂ ଶାସକ ଦଳକୁ ଏହା ସୁରକ୍ଷା ଦେବ ବୋଲି ସେ ଅଭିଯୋଗ କରିଛନ୍ତି । ପୂର୍ବପରି ସିବିଆଇ ତଦନ୍ତ ସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛନ୍ତି ପୁରନ୍ଦେଶ୍ବରୀ । ଆଜିର ଗସ୍ତରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଓ ଲେଖାଶ୍ରୀ ସାମନ୍ତସିଂହାର, ସୁରମା ପାଢ଼ୀ ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ ।

ତେବେ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ନୟାଗଡ଼ରେ ବିଜେପି ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସତ୍ୟାଗ୍ରହ ଚାଲିଛି । ବିଜେପି ନେତ୍ରୀ ଇରାନୀ ରାୟଙ୍କ ନେତୃତ୍ବରେ ଚାଲିଥିବା ଧାରଣାରେ ଶତାଧିକ ବିଜେପି କର୍ମୀ ଓ ସ୍ଥାନୀୟ ଲୋକେ ମଧ୍ୟ ସାମିଲ ହୋଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.