ETV Bharat / state

‘15 ଦିନ ମଧ୍ୟରେ ପରୀ ହତ୍ୟାକାରୀଙ୍କୁ ନ ଧରିଲେ ନୟାଗଡ ବନ୍ଦ’

author img

By

Published : Nov 26, 2020, 1:33 PM IST

ନୟାଗଡ଼ ସଦର ଥାନା ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳୁଛି । ପରୀର ବାପା-ମା' ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ ପରେ ଏହାକୁ ନେଇ ରାଜନୀତି ସରଗରମ । ଅଧିକ ପଢନ୍ତୁ...

15 ଦିନ ମଧ୍ୟରେ ପରୀ ହତ୍ୟାକାରୀଙ୍କୁ ନଧରିଲେ ନୟାଗଡ ବନ୍ଦ

ନୟାଗଡ଼: ନୟାଗଡ଼ ସଦର ଥାନା ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳୁଛି । ପରୀର ବାପା-ମା' ବିଧାନସଭା ଆଗରେ ଆତ୍ମହୁତି ଉଦ୍ୟମ ପରେ ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ସ୍ଥାନୀୟ ବିଜେଡି ନେତା ବାବୁଲିଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରି ବିଜେପି ପକ୍ଷରୁ ଆନ୍ଦୋଳନ କରିବା ସହ ଅରୁଣଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ବିଜେପି ।

15 ଦିନ ଭିତରେ ପରୀ ହତ୍ୟାକାରୀଙ୍କୁ ଗିରଫ କର ନଚେତ୍ ନୟାଗଡ଼ ବନ୍ଦ କରାଯିବ ବୋଲି ବିଜେପି କହିଛି l ଅନ୍ୟପଟେ ହତ୍ୟା ଘଟଣାକୁ ରାଜନୈତିକ ଆଖ୍ୟା ଦିଆଯାଉଥିବା ଅଭିଯୋଗ କରି ପ୍ରେସମିଟ୍ କରିଛନ୍ତି ଯଦୁପୁର ଗ୍ରାମବାସୀ । ସେମାନଙ୍କ କହିବା କଥା ଘଟଣାକୁ ରାଜନୈତିକ ମୋଡ ଦେବାକୁ କିଛି ସ୍ଥାନୀୟ ବିରୋଧୀ ନେତା ଉଦ୍ୟମ କରୁଛନ୍ତି ଏବଂ ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ବାବୁଲି ସମ୍ପୃକ୍ତି ନଥାଇ ମଧ୍ୟ ଘଟଣାକୁ ରାଜନୈତିକ ରୂପ ଦେବାକୁ ଚକ୍ରାନ୍ତ କରାଯାଉଥିବା କହିବା ସହ ପୋଲିସର ଭୁଲ ଯୋଗୁ ହତ୍ୟାକାଣ୍ଡର 5 ମାସ ପରେ ବି ପରି ହତ୍ୟାକାରୀ ଗିରଫ ହୋଇ ନଥିବା ଗ୍ରାମବାସୀ କହିଛନ୍ତି ।

ଗାଁ ଲୋକଙ୍କୁ ପୋଲିସ ରାତି ଅଧିଆ ଉଠାଇ ନେଇ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି । ଘଟଣାରେ ସବୁ ଭୁଲ୍ ପୋଲିସର ଥିବା ଗ୍ରାମବାସୀ କହିବା ସହ ଏ ସମ୍ବେଦନଶୀଳ ଘଟଣାକୁ ରାଜନୈତିକ ମୋଡ ନଦେଇ ମିଥ୍ୟାରେ ମନ୍ତ୍ରୀ ଅରୁଣ,ବାବୁଲି ଓ ଯଦୁପୁରକୁ ବଦନାମ ନକରି ଘଟଣାର ଉପଯୁକ୍ତ ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି । ଅନ୍ୟପଟେ ରାଜ୍ୟ ସରକାର ବୁଧବାର ଏ ଘଟଣାରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେବା ପରେ ଘଟଣାର ପ୍ରକୃତ ସତ୍ୟ ସାମନାକୁ ଆସିବ ବୋଲି ଗ୍ରାମବାସୀ ଆଶା ରଖିଥିବା କହିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.