ନୟାଗଡ: ଖଣ୍ଡପଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜୟୀ ହୋଇଛନ୍ତି । ସେ ନିଜ ନିକଟତମ ସ୍ବାଧୀନ ପ୍ରତିଦ୍ବନ୍ଦ୍ବୀ ଦୁଷ୍ମନ୍ତ ସ୍ବାଇଁଙ୍କୁ 81347 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ସେ 99941 ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ 18594 ଖଣ୍ଡ ଭୋଟ୍ ପାଇ ପରାଜିତ ହୋଇଛନ୍ତି । ଏହି ବିଧାନସଭା ଆସନରେ ବିଜେପି 13899 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନ ହାସଲ କରିଛି ।
ସେହିପରି ଦଶପଲ୍ଲା ବିଧାନସଭା ଆସନରେ ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରା ବିଜୟୀ ହୋଇଛନ୍ତି । ସେ 74188 ଖଣ୍ଡ ଭୋଟ ପାଇଥିବା ବେଳେ, ତାଙ୍କ ନିକଟତମ ବିଜେପି ପ୍ରତିଦ୍ବନ୍ଦ୍ବୀ 39367 ଭୋଟ ପାଇଛନ୍ତି ।
ନୟାଗଡରୁ ଉତ୍ପଳ କୁମାର ସାହୁ, ଇଟିଭି ଭାରତ