ETV Bharat / state

ULB Poll: ନୟାଗଡ଼ରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି

author img

By

Published : Apr 7, 2022, 8:31 PM IST

ଜିଲ୍ଲାର ଏକମାତ୍ର ମ୍ୟୁନିସିପାଲିଟି ଏବଂ ଓଡଗାଁ ବ୍ୟତୀତ ସମସ୍ତ NACରେ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ଅଧିକ ପଢ଼ନ୍ତୁ

ULB Poll: ନୟାଗଡ଼ରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି
ULB Poll: ନୟାଗଡ଼ରେ ଉପାଧ୍ୟକ୍ଷ ପଦ ବାଜି ମାରିଲା ବିଜେଡି

ନୟାଗଡ଼: ଜିଲ୍ଲାର ଏକମାତ୍ର ମ୍ୟୁନିସିପାଲିଟି ଏବଂ ଓଡଗାଁ ବ୍ୟତୀତ ସମସ୍ତ NACରେ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି । ବିଜେଡିର ଗୁରୁ ପ୍ରସାଦ ଜେନା ନୟାଗଡ଼ ପୌର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଖଣ୍ଡପଡା NACରେ ବିଜେଡିର ମିହିର କୁମାର ମିଶ୍ର ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ।

ସେହିଭଳି ରଣପୁର NACରେ ବିଜେଡିର ବିଶ୍ଵରଞ୍ଜନ ପଟ୍ଟନାୟକ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଦଶପଲ୍ଲା NACରେ ବିଜେଡିର କିଶୋର ଚନ୍ଦ୍ର ଦାଶ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ନୟାଗଡ଼ର ସମସ୍ତ NACରେ ପୌର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଦିନ ୧୦ଟାରୁ ୧୧ଟା ମଧ୍ୟରେ ପ୍ରାର୍ଥୀମାନେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଏହାପରେ ୧୧ଟାରୁ ୧୨ ମଧ୍ୟରେ ସ୍କୃଟିନି କରାଯାଇ ଦିନ ଗୋଟାଏ ପୂର୍ବରୁ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ନୟାଗଡ଼ର ସମସ୍ତ ପୌର ଉପାଧ୍ୟକ୍ଷ ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.