ETV Bharat / state

ପଦାରେ ପଡିଲା ଗୋଷ୍ଠୀ କନ୍ଦଳ: ବିଜେଡି ବିଧାୟକଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

author img

By

Published : Feb 13, 2022, 10:34 AM IST

ଦଶପଲ୍ଲା ବିଜେଡି ବିଧାୟକ ରମେଶ ବେହେରାଙ୍କୁ ବିଜେଡ଼ି କର୍ମୀ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

BJDରେ ଗୋଷ୍ଠୀ କନ୍ଦଳ: ଦଶପଲ୍ଲା ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ

ନୟାଗଡ଼: ପଦାରେ ପଡିଲା ବିଜେଡିର ଗୋଷ୍ଠୀ କନ୍ଦଳ । ବିଜେଡି ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର କର୍ମୀ । ଗତକାଲି (ଶନିବାର) ଦଶପଲ୍ଲା ବିଜେଡି ବିଧାୟକ ରମେଶ ବେହେରା ଭୋଟ ପ୍ରଚାର ସମୟରେ ହୋଇଛନ୍ତି ସାଂଘାତିକ ଅପଦସ୍ତ ।

ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ବେହେରା ଭୋଟ ପ୍ରଚାର ବେଳେ ଗାଁରେ ପୁଣିଥରେ ଜନ ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି । ଖୁଲମ ଖୁଲା ଭାବେ ବିଧାୟକଙ୍କୁ ବିଜେଡ଼ି ଦଳୀୟ କର୍ମୀ ବିରୋଧ କରିଥିବା ଦେଖିବାକୁ ମିଳିଥିଲା ନୟାଗଡ଼ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଣିଆ ବ୍ଲକ ପତଣ୍ଡା ଗ୍ରାମରେ ଶତାଧିକ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବହୁ ବିଜେଡ଼ି କର୍ମୀ ବିଧାୟକ ରମେଶ ବେହେରାଙ୍କୁ ବିରୋଧ କରିବା ସହ କଳାପତାକା ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଏବେ ବିଜେଡିରେ ଅନ୍ତଃକନ୍ଦଳ ବ୍ୟାପକ ହୋଇଥିବା ଚର୍ଚ୍ଚା ହେଉଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.