ETV Bharat / state

ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ଭୀମସେନ, ମନ ମୋହୁଛି କାଠର ଲିଙ୍ଗରାଜ ମନ୍ଦିର

author img

By

Published : Sep 3, 2021, 2:33 PM IST

କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ଭୀମସେନ । ସାଉଁଟିଛନ୍ତି ଅନେକ ପ୍ରଶଂସା । 2015ରେ ରାଜ୍ୟ ସରକାରଙ୍କ ଠାରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି l ଅଧିକ ପଢନ୍ତୁ...

ଭୀମସେନଙ୍କ ଚମତ୍କାର କାରିଗରୀ; ମନ ମୋହୁଛି ଲିଙ୍ଗରାଜ ମନ୍ଦିରର କାରିଗରୀ

ନୟାଗଡ଼: କାଠରେ ନିଖୁଣ କାରିଗରୀର ପ୍ରତିଛବି ଦେଇ ଚର୍ଚ୍ଚାରେ ଭୀମସେନ । ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ଼ର ଯୁବ ଶିଳ୍ପୀ ଭୀମସେନ ଖୁଣ୍ଟିଆ l ତାଙ୍କ ନିହଣର ମୁନ ବାଜିଲେ ଜୀବନ୍ତ ହୋଇଉଠେ ନିର୍ଜୀବ କାଠ l କାଠରେ ଏମିତି ମୂର୍ତ୍ତି କରିଦିଅନ୍ତି ଯେ ସତେ ଯେମିତି କାଠ ବି ଜୀବନ୍ତ ଜୀବନ୍ତ ଲାଗେ l ଇଚ୍ଛା ହୁଏ ଘଡ଼ିଏ ମନ ଭରି ଦେଖିବା ପାଇଁ l ଏଇ ଦେଖୁନାହାଁନ୍ତି କାଠରେ କେମିତି ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ କରିଛନ୍ତି l କାଠରେ ତିଆରି ଏହି ଲିଙ୍ଗରାଜ ମନ୍ଦିରକୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଠାରେ ହେବାକୁ ଥିବା ମ୍ୟୁଜିୟମରେ ସ୍ଥାନ ଦିଆଯିବ l

କେବଳ ସେତିକି ନୁହେଁ l ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତିକୁ ସେ କାଠରେ ତିଆରି କରିପାରନ୍ତି l ଇଏ ହେଉଛି କୃଷ୍ଣଙ୍କ ମୂର୍ତ୍ତି l ସତେ ଯେମିତି ଜୀବନ୍ୟାସ ପାଇଯାଇଛନ୍ତି କୃଷ୍ଣ l ଏମିତି ସୁନ୍ଦର ଏବଂ ଆକର୍ଷିଣୀୟ ମୂର୍ତ୍ତି କରି ସଫଳତା ସାଉଁଟି ପାରିଛନ୍ତି ଭୀମସେନ l ଜଣେ ଯୁବ କାଠ ଶିଳ୍ପୀ ଭାବେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି l ପିଲାବେଳୁ ଭୀମସେନ କିଛି ନିଆରା କରିବାର ନିଶା ତାଙ୍କୁ ଆଜି ସଫଳତାର ଶିଖରରେ ପହଞ୍ଚାଇଛି l କେବଳ କାଠରେ ନୁହେଁ ବରଂ ପଥରରେ ଵି ଏମିତି ଖୋଦେଇ କରନ୍ତି । ପଥରର ମୂର୍ତ୍ତୀ ଦେଖିଲେ ମନଭରି ଯାଏ l ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି, ମନ୍ଦିରର ମଡେଲ ଏବଂ ପ୍ରତି ମୂର୍ତ୍ତି ଆଦି କରିବାରେ ସେ ସିଦ୍ଧହସ୍ତ l

ପିଲାବେଳୁ ହିଁ ଜଣେ ପ୍ରତିଷ୍ଠିତ ଶିଳ୍ପୀ ହେବାର ସ୍ବପ୍ନ ଦେଖିଥିଲି l ତୁଳସୀ ଦୁଇ ପତ୍ରରୁ ବସିଲା ପରି ପରି ପିଲାବେଳୁ ହିଁ ତାଙ୍କ ପ୍ରତିଭା ବାରୀ ହୋଇଯାଉଥିଲା l କାନ୍ଥବାଡ଼ରେ ଏଣୁତେଣୁ କରି ଗାରାଉଥିବା ପିଲାଟିଏ ଯେ ଦିନେ ଲିଙ୍ଗରାଜ ମନ୍ଦିରର ଅବିକଳ ନକଲ କରିବ ତାହା ଘର ଲୋକ ଵି ବିଶ୍ୱାସ କରିନଥିଲେ l କାଠରେ ନିଖୁଣ କଳା ପ୍ରଦର୍ଶନୀ ପାଇଁ 2015 ରେ ସେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି l ଅନେକ ଅନୁଷ୍ଠାନ ତରଫରୁ ମଧ୍ୟ ତାଙ୍କୁ ପୁରସ୍କୃତ କରାଯାଇଛି । ନିଜ ଶିଖିଥିବା କଳାକୁ ଅନ୍ୟକୁ ବାଣ୍ଟି ନୂଆ କଳାକାର ସୃଷ୍ଟି ପାଇଁ ପ୍ରୟାସ କରୁଛନ୍ତି ଭୀମସେନ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.