ETV Bharat / state

ବିଷାକ୍ତ ମହୁମାଛିଙ୍କ କବଳରେ ନିରୀହ ଛାତ୍ରଛାତ୍ରୀ, ପଦକ୍ଷେପ କେବେ?

author img

By

Published : Jun 8, 2022, 3:57 PM IST

ନୟାଗଡ଼ ରଣପୁରରେ ମହୁମାଛିଙ୍କ କବଜାରେ ବିଦ୍ୟାଳୟ । ଅନେକ ସମୟରେ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ମହୁମାଛି ଆକ୍ରମଣ କରୁଥିବା ଅଭିଯୋଗ । ଘଉଡ଼ାଇବାରେ ବିଫଳ ରଣପୁର ବନବିଭାଗ । ଶିକ୍ଷା ବିଭାଗ ପଦକ୍ଷେପ ନେବାକୁ ଅଭିଭାବକ ମହଲରେ ଦାବି । ଅଧିକ ପଢନ୍ତୁ

ମହୁମାଛିଙ୍କ କବଳରେ ଛାତ୍ରଛାତ୍ରୀ, ନିଦ୍ରାରେ ଶିକ୍ଷା ବିଭାଗ

ନୟାଗଡ଼: ମହୁମାଛିଙ୍କ କବଳରେ ବିଦ୍ୟାଳୟ । ଭୟରେ ଆତଙ୍କିତ ଛାତ୍ରଛାତ୍ରୀ । କେତେବେଳେ ଛାତ୍ରଛାତ୍ରୀଙ୍କର ଖାଦ୍ୟ ନଷ୍ଟ କରି ଦେଉଛନ୍ତି ତ କେତେବେଳେ କୋମଳମତି ଶିଶୁଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ସହରାଞ୍ଚଳର ୨ନଂ ୱାର୍ଡରେ ଥିବା ବହୁ ପୁରାତନ ହରିଜନବସ୍ତି ପ୍ରାଥମିକ ବିଦ୍ୟାଳୟରେ ।

ବିଷାକ୍ତ ମହୁମାଛିଙ୍କ କବଳରେ ନିରୀହ ଛାତ୍ରଛାତ୍ରୀ, ପଦକ୍ଷେପ କେବେ?

ଏହି ବିଦ୍ୟାଳୟଟି ବହୁ ସମସ୍ୟା ଦେଇ ଗତି କରୁଥିବାବେଳେ ମହୁମାଛି ମାନଙ୍କର ଉପଦ୍ରବ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି । ଦୀର୍ଘ ଦିନ ହେବ ସ୍କୁଲ ପରିସରରେ ଥିବା ବରଗଛରେ ୫୦ରୁ ଊର୍ଦ୍ଧ୍ବ ମହୁଫେଣା ରହିଛି । ଏଥିରେ ଥିବା ମହୁମାଛି ଗୁଡ଼ିକ ଅନେକ ସମୟରେ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରୁଥିବା ଅଭିଯୋଗ ହେଉଛି । ତେବେ ଗତ କିଛି ଦିନ ତଳେ ମହୁମାଛି ଆକ୍ରମଣରେ ଜଣେ ପିଲା ଗୁରୁତର ହୋଇଥିଲେ । ଏହାକୁ ନେଇ ଅଭିଭାବକମାନେ ନିଜ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବାକୁ ଅସୁରକ୍ଷିତ ମନେ କରୁଛନ୍ତି । ରଣପୁର ବନବିଭାଗ ମହୁମାଛି ଘଉଡ଼ାଇବାରେ ବିଫଳ ହୋଇଥିବା ବନବିଭାଗ ଅଧିକାରୀ ସ୍ବୀକାର କରିଥିବାବେଳେ ଏନେଇ ଶିକ୍ଷା ବିଭାଗ ଉଦ୍ୟମ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.