ନୟାଗଡ଼: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶିଶୁ ଚୋରି ଘଟଣାରେ 3 ଜଣଙ୍କୁ ଗିରଫ କରିଛି ନୟାଗଡ଼ ଟାଉନ ଥାନା ପୋଲିସ । ନବଜାତ ଶିଶୁ ଜନ୍ମ ପରେ ତାକୁ ନେଇଯାଇ ନର୍ସ ଆଉ ଫେରାଇନଥିଲେ । ଏହି ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡା ଓ ଆଶା ଦିଦି ଭାନୁମତି ନାୟକଙ୍କୁ ପୋଲିସ ଗିରଫ କରିଛି ।
ଗତ 28 ତାରିଖରେ ନୟାଗଡ଼ ନୋତର ଗାଁର ରବି ସ୍ବାଇଁଙ୍କ ପତ୍ନୀ ଜଲି ସ୍ବାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ପୁତ୍ରଟି ଜନ୍ମ ହେବା ପରେ ଜନୈକ ନର୍ସ ନବଜାତ ଶିଶୁ ପୁତ୍ରକୁ ଟିକା ଦେବାକୁ କହି ନେଇଥିଲେ । ମାତ୍ର ପରେ ଆଉ ଆଣିନଥିଲେ । ଦୀର୍ଘ 6 ଦିନ ହେବ ଶିଶୁ ପୁତ୍ରକୁ ମେଡିକାଲରେ ଖୋଜି ଖୋଜି ନୟାନ୍ତ ହୋଇ ଏହି ଦମ୍ପତି ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ 3 ଜଣଙ୍କୁ ଗିରଫ କରିଛି ।
ତେବେ ଶିଶୁ ଟିକୁ ଉଦ୍ଧାର ସହ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ । ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡା ଓ ନୋତର ଗାଁର ଆଶା ଦିଦି ଭାନୁମତି ନାୟକଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ନର୍ସଙ୍କ ଭୂମିକା ସନ୍ଦେହ ଘେରକୁ ଆସିବା ପରେ ପୋଲିସ ଶିଶୁଟିକୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିବା ବେଳେ ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ