ETV Bharat / state

ନୟାଗଡର ଅନନ୍ତ ଗୁମ୍ଫା, ଯେଉଁଠି ପୂରଣ ହୁଏ ମନସ୍କାମନା - ଅନନ୍ତ ଗୁମ୍ଫା

ସାଧୁ ସନ୍ଥଙ୍କ ବାସସ୍ଥଳୀ ହେଉଛି ନୟାଗଡର ଅନନ୍ତ ଗୁମ୍ଫା । ଯେଉଁଠି ପାହାଡ ଉହାଡରୁ ସୂର୍ଯ୍ୟଙ୍କ ରକ୍ତିମ ଆଭା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ l ଏଠାକୁ ଗଲେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ହଜି ଯିବାକୁ ମନ କରେ । ତେବେ ଏହି ସ୍ଥାନ ବିଷୟରେ ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋଟଗଡ ଗୁମ୍ଫାକୁ କେବେ ମିଳିବ ପର୍ଯ୍ୟଟନସ୍ଥଳୀର ମାନ୍ୟତା

author img

By

Published : Oct 27, 2020, 5:59 PM IST

ନୟାଗଡ: ସବୁଜ ବନାନୀରେ ଭରପୁର ନୟାଗଡ ରାଜସୁନାଖଳାର 'କୋଟାଗଡ ଗୁମ୍ଫା' ବା 'ଅନନ୍ତ ଗୁମ୍ଫା' । ସକାଳୁ ସଞ୍ଜ ଯାଏଁ ଜନଗହଳି ଲାଗିଥାଏ l ଲୋକମାନେ ନିଜର ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ପ୍ରକୃତି କୋଳରେ ବିତେଇବାକୁ ଏଠାକୁ ଆସିଥାନ୍ତି । କାରଣ ପ୍ରକୃତି ସହ ଆମେ ଅଙ୍ଗାଅଙ୍ଗି ଭାବେ ଜଡିତ, ତେଣୁ କିଛି ସମୟ ଏକ ଶାନ୍ତ ଓ ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନରେ ବସିଲେ ଆମର ସମସ୍ତ ଥକ୍କାପଣ ମେଣ୍ଟିଥାଏ ।

ନୟାଗଡର ଅନନ୍ତ ଗୁମ୍ଫା, ଯେଉଁଠି ପୂରଣ ହୁଏ ମନସ୍କାମନା

ବୈଷ୍ଣବ କବି ଭକ୍ତ ଚରଣ ଦାସଙ୍କର ଏହା ଥିଲା ସାଧନା ପୀଠ l ଅନେକ ସାଧୁସନ୍ଥଙ୍କର ଏହା ମଧ୍ୟ ସାଧନା ସ୍ଥଳ l ମାଳିକାରେ କୋଟଗଡ ଗୁମ୍ଫା ସମ୍ପର୍କରେ ବର୍ଣ୍ଣନା ଥିବା ବୁଦ୍ଧିଜୀବୀ କୁହନ୍ତି l ଏହି ଗୁମ୍ଫା ଭିତରେ ବାବା ବୃନ୍ଦାବନ ଦାସ ଆଦି ଅନେକ ଠାକୁର ଠାକୁରାଣୀ ପୂଜା ପାଉଛନ୍ତି l ଏଠାରେ ମାନସିକ ରଖୁଥିବା ଭକ୍ତଙ୍କ ମାନସିକ ପୂରଣ ହୋଇଥାଏ ବୋଲି ଲୋକଙ୍କ ଅଗାଢ଼ ବିଶ୍ବାସ ରହିଛି l ଯାହା କୌଣସି ପର୍ଯ୍ୟଟନସ୍ଥଳୀ ଠାରୁ କମ ନୁହଁ । ଦାନ ଅନୁଦାନରୁ ମିଳୁଥିବା ଟଙ୍କାରେ ମନ୍ଦିର ନିର୍ମାଣ ହେଇଛି l ଏହି ସ୍ଥାନର ମହାତ୍ମ୍ୟ ଅନେକ ରହିଥିବାବେଳେ, ଏହି ଗୁମ୍ଫା ଭିତରେ ଅନେକ ଦେବା ଦେବୀ ପୂଜା ପାଉଛନ୍ତି l କାର୍ତ୍ତିକ ପୂର୍ଣ୍ଣିମା ଏଠାରେ ଖୁବ ଧୁମଧାମରେ ପାଳନ ହୋଇଥାଏ l ହଜାର ହଜାର ଲୋକଙ୍କ ସମାଗମ ହୁଏ l ପାହାଡର ଶୀର୍ଷରେ ଠିଆ ହେଲେ ପରିବେଷ ବେଶ ମନମୁଗ୍ଧ କର ଥାଏ l ସବୁଜ ବନାନୀ ଆକର୍ଷିତ କରେ l ପିକନିକ ସ୍ପଟ ପାଇଁ ଏହା ଜିଲ୍ଲାର ଏକ ପ୍ରମୁଖ ସ୍ଥାନ ଅଟେ l

ଏହି ସ୍ଥାନକୁ ଯିବାକୁ ହେଲେ ଖୋର୍ଦ୍ଧା-ବଲାଙ୍ଗୀର 57 ନଂ ଜାତୀୟ ରାଜପଥ ରାଜସୁନାଖଳା ଠାରୁ ମାତ୍ର 2 କିମିର ରାସ୍ତା । ସେହିପରି ଭୁବନେଶ୍ବର ଠାରୁ 62 କିମି ଦୂରରେ ଅବସ୍ଥିତ ଏହି ସ୍ଥାନ l ସେହିପରି ରାଜସୁନାଖଳା ରେଳ ଷ୍ଟେସନ ଠାରୁ 1.5 କିମି ମାତ୍ର l କୋଟଗଡ ଗୁମ୍ପାକୁ ଯିବାକୁ ଏତେ ମାତ୍ରାରେ ସୁବିଧା ଥିବାବେଳେ, ସରକାରଙ୍କ ପକ୍ଷରୁ ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଲେ ଏଠାକାର ଉନ୍ନତି ହୋଇ ପାରନ୍ତା ବୋଲି ପର୍ଯ୍ୟଟକ ମାନେ ଦାବି କରିଛନ୍ତି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.