ନୟାଗଡ଼:ଖୋର୍ଦ୍ଧା ରୋଡ଼ରୁ ଯାତ୍ରା ଆରମ୍ଭ କରି ଗୁରୁବାର ନୟାଗଡ଼ ଟାଉନ ଷ୍ଟେସନରେ ପହଞ୍ଚିଥିଲା ବିଦ୍ୟୁତ ଚାଳିତ ଇଞ୍ଜିନ । ଆସନ୍ତା ଏପ୍ରିଲ 13 ତାରିଖରୁ ବିଦ୍ୟୁତ ଚାଳିତ ଟ୍ରେନ ଚାଲିବାକୁ ଥିବାବେଳେ ପରୀକ୍ଷାମୂଳକ ଭାବେ ଏହି ଟ୍ରେନକୁ ଚଳା ଯାଇଥିଲା l ଏହା ବିଦ୍ୟୁତ ଆଧାରରେ ଚାଲିବାକୁ ଥିବାରୁ ଲୋକଙ୍କ ପ୍ରତି ବିପଦ ରହିଛି l ତେଣୁ ନୟାଗଡ଼ ରେଳ ଷ୍ଟେସନ କର୍ତ୍ତୃପକ୍ଷ ଲୋକଙ୍କୁ ସଚେତନ କରାଇଛନ୍ତି l
ଟ୍ରାକ ଉପରକୁ ନ ଆସିବା, ଚାଷ କାର୍ଯ୍ୟ ବେଳେ ବାଉଁଶ ଧରି ଟ୍ରାକ ଉପରକୁ ନ ଯିବା ପାଇଁ କୁହାଯାଇଛି l ପୂର୍ବରୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଡିଜେଲ ଚାଳିତ ଇଞ୍ଜିନ ଚାଲୁଥିବା ବେଳେ ସମ୍ପ୍ରତି ଏହାକୁ ବିଦ୍ୟୁତକରଣ କରାଯାଇଛି । ଯାହାଦ୍ବାରା ଆସନ୍ତା ଏପ୍ରିଲ 13 ତାରିଖରୁ ବିଦ୍ୟୁତ ଚାଳିତ ଟ୍ରେନ ଚାଲିବ l ପରିବେଶରୁ ଅନେକ ପରିମାଣରେ କାର୍ବନ ଡାଇଅକ୍ସସାଇଡ ଗ୍ୟାସ ବା ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି l
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ