ETV Bharat / state

ଗାଁକୁ ନାହିଁ ରାସ୍ତା, ରୋଗୀଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ଯାଏଁ ନେଲେ କର୍ମଚାରୀ - ମିଟୁଗାଡ଼ୁ ଗାଁରେ ଖଟିଆରେ ରୋଗୀ

ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନାହିଁ ଆମ୍ବୁଲାନ୍ସ। ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସକୁ ଗଲେ ରୋଗୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟୁଗାଡୁ ଗାଁରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଅଧିକ ପଢ଼ନ୍ତୁ...

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ରୋଗୀଙ୍କୁ ଖଟିଆରେ ବୋହିଲେ

author img

By

Published : Apr 12, 2021, 8:02 PM IST

ନୟାଗଡ଼: ଗାଁକୁ ରାସ୍ତା ନଥିବାରୁ ଆସି ପାରିଲାନାହିଁ ଆମ୍ବୁଲାନ୍ସ। ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସକୁ ଗଲେ ରୋଗୀ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟୁଗାଡୁ ଗାଁରେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ନୟାଗଡ଼ ଜିଲ୍ଲାରେ ଆଜି ବି ଅନେକ ଗାଁରେ ରାସ୍ତା ନଥିବାରୁ ଯାତାୟାତ ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ସାଧାରଣ ଲୋକେ l ଯାହାର ଏକ ନଗ୍ନଚିତ୍ର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ମିଟୁଗାଡୁ ଗାଁରେ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ରୋଗୀଙ୍କୁ ଖଟିଆରେ ବୋହିଲେ

ଏହି ଗାଁକୁ ଲୋକଙ୍କ ଯାତାୟାତ ପାଇଁ ରାସ୍ତା ନଥିବାରୁ ଜଣେ ଗୁରୁତର ଅସୁସ୍ଥ ହୋଇପଡିଥିବା ରୋଗୀଙ୍କୁ ମେଡିକାଲ ନେବାପାଇଁ ଦୁଇ କିମି ଖଟିଆରେ ବୋହିବାକୁ ପଡ଼ିଥିଲା। ସ୍ଥାନୀୟ ଆମ୍ବୁଲାନ୍ସ କର୍ମଚାରୀ ରୋଗୀଙ୍କୁ ଭାରରେ ବୋହୁଥିବାର ଚିତ୍ର ସାମ୍ନାକୁ ଆସିଛି l ଯାହାକୁ ନେଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ପ୍ରଶଂସା କରିବା ସହ ଗାଁକୁ ଖୁବଶୀଘ୍ର ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏବଂ ନୂଆଗାଁ ବ୍ଲକରେ ଏହିଭଳି ଦୃଶ୍ୟ ଅନେକ ଥର ଦେଖିବାକୁ ମିଳିଛି। କେଉଁଠି ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ରୋଗୀର ମୃତ୍ୟୁ ହେଉଛି ତ କେଉଁଠି ରାସ୍ତାରେ ଫସିଥିବା ଆମ୍ବୁଲାନ୍ସକୁ ଟ୍ରାକ୍ଟର ସାହାଯ୍ୟରେ ଟଣା ହେଉଛି। ମାତ୍ର ଏସବୁ ପରେ ମଧ୍ୟ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.