ETV Bharat / state

ଖାକିରେ କଳଙ୍କ, ପୋଲିସ ବାବୁ ସାଜିଛନ୍ତି ବ୍ରାଉନସୁଗାର ବେପାରୀ !

author img

By

Published : Oct 1, 2021, 2:18 PM IST

ନୟାଗଡ଼ରେ ଖାକିରେ ଲାଗିଲା କଳଙ୍କ । ପୋଲିସ ହାବିଲଦାର ଖୋଦ ବ୍ରାଉନସୁଗାର ବିକ୍ରି କରୁଥିବା ଆସିଛି ଅଭିଯୋଗ । ଅଧିକ ପଢନ୍ତୁ...

ଖାକିରେ କଳଙ୍କ, ପୋଲିସ ବାବୁ ସାଜିଛନ୍ତି ବ୍ରାଉନସୁଗାର ବେପାରୀ

ନୟାଗଡ଼: ପୁଣି ଖାକିରେ ଲାଗିଲା କଳଙ୍କ । କାରଣ ଏଠାରେ ଖୋଦ ପୋଲିସ ବାବୁ ସାଜିଛନ୍ତି ବ୍ରାଉନସୁଗାର ବେପାରୀ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରୁ ଆସିଛି । ଖାକି ପୋଷାକରେ ଥାଇ ସେ ଦଶପଲ୍ଲା ଅଞ୍ଚଳରେ କରୁଛନ୍ତି ଧଳାଜହର କାରବାର ।

ଗୋଟିଏ ପକ୍ଷେ ଜିଲ୍ଲାରେ ବ୍ରାଉନସୁଗାର ରାକେଟକୁ ନେଇ ପୋଲିସ ପକ୍ଷରୁ ସ୍ପେଶିଆଲ ସ୍କ୍ବାର୍ଡ ଗଠନ ହୋଇଥିବା ବେଳେ ଖୋଦ ପୋଲିସ ବିଭାଗ କର୍ମଚାରୀ ଖାକି ବର୍ଦ୍ଦିରେ ବ୍ରାଉନସୁଗାର ବେପାର କରୁଛନ୍ତି । ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ନୟାଗଡ଼ ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ରଞ୍ଜିତ ରଥ ଖାକି ବର୍ଦ୍ଦି ଆଢୁଆଳରେ ବ୍ରାଉନ ସୁଗାର କାରବାର ଚଳାଉଛନ୍ତି ।

ନିଜେ ଖାକି ପୋଷାକରେ ଥାଇ ଦଶପଲ୍ଲା ଅଞ୍ଚଳର କିଛି ବେପାରୀଙ୍କୁ ଧଳା ଜହର ଦେବା ସହ ପୋଲିସ ପୋଷାକରେ ନିଜର କଳା ସାମ୍ରାଜ୍ୟ ଚଳାଉଥିବା ଅଭିଯୋଗ ଆସିଛି । ଯଦି ଏହାର କିଏ ପ୍ରତିବାଦ କରେ ସେ ପୋଲିସରେ ଅଛନ୍ତି ତାଙ୍କର କେହି କିଛି କରିପାରିବେ ନାହିଁ ବୋଲି ଧମକ ଚମକ ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.