ETV Bharat / state

କୁକୁରା କାମୁଡା ରୋଗୀଙ୍କୁ ଚିକିତ୍ସାରେ ଅବହେଳା ! ମୃତ୍ୟୁ ସହ ସଂଗ୍ରାମ କରୁଛି ବାଳକ

ଚିକିତ୍ସାରେ ଅନଭିଜ୍ଞତା ଏବଂ ଅବହେଳା କାରଣରୁ ଦୀର୍ଘ 8 ଦିନ ହେବ ଜୀବନ ମରଣ ସହ ଜୁଝୁଛି 10 ବର୍ଷର ବାଳକ । ଏଭଳି ଅଭିଯୋଗ ଆସିଛି ନୟାଗଡରୁ । ଅଧିକ ପଢନ୍ତୁ...

କାଳ ହେଲା କୁକୁର କାମୁଡ଼ା: ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଛି ବାଳକ

author img

By

Published : Jul 10, 2021, 11:06 AM IST

ନୟାଗଡ଼: ଚିକିତ୍ସାରେ ଅନଭିଜ୍ଞତା ଏବଂ ଅବହେଳା କାରଣରୁ ଦୀର୍ଘ 8 ଦିନ ହେବ ଜୀବନ ମରଣ ସହ ଜୁଝୁଛି 10 ବର୍ଷର ବାଳକ । ସାଧାରଣ କୁକୁର କାମୁଡ଼ାର ଚିକିତ୍ସା ଠିକରେ ହୋଇ ନଥିବା ଯୋଗୁଁ ଦେଖା ଦେଇଛି ଏଭଳି ସମସ୍ୟା । ଦୀର୍ଘ 8 ଦିନ ହେବ ଚେତାଶୂନ୍ୟ ହୋଇ ଭୁବନେଶ୍ବର AIIMS ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ରାଣୀଛେଲି ଗାଁର ଦୈତାରି ଦାଶଙ୍କ 10 ବର୍ଷର ପୁଅ ଶିବ ପ୍ରସାଦ ଦାସ ।

କାଳ ହେଲା କୁକୁର କାମୁଡ଼ା: ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ସହ ସଂଗ୍ରାମ କରୁଛି ବାଳକ

ଗତ ମାସ 11 ତାରିଖ ଦିନ ଶିବ ପ୍ରସାଦଙ୍କ ମୁଁହକୁ ଏକ ବୁଲା କୁକୁର କାମୁଡି ଦେଇଥିଲା । ଫଳରେ ନୟାଗଡ଼ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ପାଇଁ ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଶିବ ପ୍ରସାଦଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ସାଧାରଣ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଉଥିଲା । ହେଲେ ମୁହଁକୁ କୁକୁର କାମୁଡିଥିବାରୁ ଏବଂ ତାଙ୍କୁ ସାଧାରଣ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥିବାରୁ ଶିବ ପ୍ରସାଦଙ୍କ ମସ୍ତିଷ୍କରେ ବିଷକ୍ରିୟା ହୋଇଥିଲା, ସେ ଚେତାଶୂନ୍ୟ ହୋଇ ଯାଇଥିଲେ ।

ପରିବାର ଲୋକେ ତାଙ୍କୁ ଗତ 8 ଦିନ ତଳେ ଭୁବନେଶ୍ବର AIIMSରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । କିନ୍ତୁ, ମସ୍ତିଷ୍କରେ ବିଷକ୍ରିୟା କାରଣରୁ ଅଦ୍ୟାବଧି ଶିବ ପ୍ରସାଦଙ୍କ ଚେତା ଫେରି ପାରୁନାହିଁ । ମୁହଁକୁ କୁକୁର କାମୁଡିଥିବା କାରଣରୁ କୁକୁର କାମୁଡ଼ା ଇଞ୍ଜେକ୍ସନର ସାଧାରଣ ଡୋଜ ବଦଳରେ ଉଚ୍ଚ ଏବଂ ଉନ୍ନତ ଡୋଜ ଦିଆ ଯାଇଥିଲେ ହୁଏତ ଏପରି ଅବସ୍ଥାକୁ ଏଡାଇ ଦିଆଯାଇପାରିଥାନ୍ତା ।

ଡାକ୍ତରଙ୍କ ଅନଭିଜ୍ଞତା କାରଣରୁ ଜଣେ 10 ବର୍ଷର ନାବାଳକ ଜୀବନ ମରଣ ସହ ସଂଗ୍ରାମ କରୁଥିବା ସ୍ବାସ୍ଥ୍ୟ ବିଭାଗର ଉନ୍ନତ ଚିକିତ୍ସା ବ୍ୟବସ୍ଥାର ଅସଲ ମୁଖାକୁ ପଦାରେ ପକାଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ । ବୋଧହୁଏ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପୁଅ ହୋଇଥିଲେ ଡାକ୍ତର ସମ୍ବେଦନଶୀଳ ହୋଇଥାନ୍ତେ ଏବଂ ଉଚିତ ପରାମର୍ଶ ଦେଇ ଚିକିତ୍ସା କରାଇଥାନ୍ତେ । ମାତ୍ର ଯେହେତୁ ଶିବ ପ୍ରସାଦ ଜଣେ ସାଧାରଣ ଶ୍ରମିକଙ୍କ ପୁଅ ତେଣୁ, କେବଳ ଦାୟିତ୍ବ ତୁଲାଇ ଚୁପ ରହିଲେ ଡାକ୍ତର ବୋଲି ପ୍ରଶ୍ନ ଉଠିଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.