ETV Bharat / state

ଗାଁରେ ଚାଲିଥିଲା ଭୋଜି, ଶିଶୁକୁ ଉଠାଇ ନେବାବେଳେ କାବୁ କଲେ ଗ୍ରାମବାସୀ

ଶିଶୁକୁ ଚୋରାଇ ନେବା ବେଳେ ମହିଳାଙ୍କୁ କାବୁ କଲେ ଗ୍ରାମବାସୀ । ଥାନାରେ ଅଟକ ମହିଳା, ସନ୍ଦେହ ଜନକ ବସ୍ତୁ ଜବତ । ଅଧିକ ପଢନ୍ତୁ...

author img

By

Published : Feb 23, 2021, 6:08 PM IST

a child thief detained in police station
ଶିଶୁକୁ ଚୋରାଇ ନେବା ବେଳେ ମହିଳାଙ୍କୁ କାବୁ କଲେ ଗ୍ରାମବାସୀ

ନୟାଗଡ: ଶିଶୁକୁ ଚୋରାଇ ନେବା ବେଳେ ମହିଳାଙ୍କୁ କାବୁ କଲେ ଗ୍ରାମବାସୀ l ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରାଜସୁନାଖଳା କାଉଁରୀପାଟଣାସାହିରେ । ଏହି ସାହିରେ ସୋମବାର କାମନା ଗୋସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିବା ବେଳେ ଜଣେ ଅଜଣା ମହିଳା ସାହିରେ ବୁଲାବୁଲି କରୁଥିଲେ ।

ତେବେ ସାହିର ନୀଳକଣ୍ଠ ମହାରଣାଙ୍କ 3 ବର୍ଷର ଝିଅ ଗାଁ ଦାଣ୍ଡରେ ବୁଲୁଥିବା ବେଳେ ସେହି ଅଜଣା ମହିଳା ଜଣକ ଶିଶୁ କନ୍ୟାକୁ ଉଠାଇ ନେଇ ଚାଲି ଯାଉଥିଲେ । ହେଲେ ଗ୍ରାମବାସୀ ଉପସ୍ଥିତ ବୁଦ୍ଧି ଖଟାଇ ମହିଳାଙ୍କୁ କାବୁ କରିବା ସହ ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିଲା । ଆଉ ମହିଳା ଜଣଙ୍କୁ ଥାନାକୁ ନେଇ ପଚରାଉଚରା ଜାରି ରଖିଛି। ତେବେ ମହିଳା ଜଣକ ବ୍ୟାଗରୁ କିଛି ସନ୍ଦେହ ଜନକ ବସ୍ତୁ ଜବତ ହୋଇଛି । ମହିଳାଙ୍କ ନାଁ ନମିତା ପଟ୍ଟନାୟକ ବୋଲି ଜଣାପଡିଛି । ତାଙ୍କ ଘର ଭୁବନେଶ୍ବର ବାଉଁସିଆପଡା ବୋଲି ଜଣାପଡିଛି । ସେପଟେ,ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.