ETV Bharat / state

ଶ୍ରୀମନ୍ଦିରରୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆସିବ 785 ଖଣ୍ଡ ରଥକାଠ

author img

By

Published : Jan 11, 2022, 6:58 AM IST

Updated : Jan 11, 2022, 7:24 AM IST

ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଞ୍ଚିଲା ଆଜ୍ଞାମାଳ । ଆଜି ମା ବଡରାଉଳଙ୍କ ପୀଠରେ  ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କରାଯିବ । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆଜି ଅନୁକୂଳ ହେବ ରଥକାଠ

ନୟାଗଡ଼: ବିଶ୍ଵପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ରଥଯାତ୍ରା ପାଇଁ ରଥକାଠ ଅନୁକୂଳ କରିବାକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତକାଲି ପହଁଞ୍ଚିଛି ଆଜ୍ଞାମାଳ । ପୁରୀ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ତତ୍ୱାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ପ୍ରମୁଖ ଆଜ୍ଞାମାଳ ନେଇ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।

ଶ୍ରୀମନ୍ଦିରରୁ ନୟାଗଡ଼ରେ ପହଞ୍ଚିଲା ଆଜ୍ଞାମାଳ, ଆସିବ 785 ଖଣ୍ଡ ରଥକାଠ

ଆଜି ଗଣିଆର ମା ବଡରାଉଳଙ୍କ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିବ । ଆଜ୍ଞାମାଳ ପହଞ୍ଚିବାପରେ ପୀଠରେ ପୂଜାର୍ଚ୍ଚନା କରାଯାଇ ରଥକାଠ ଅନୁକୂଳ କରାଯିବ । ନୟାଗଡ଼ ବନଖଣ୍ଡ ପକ୍ଷରୁ ଚଳିତ ବର୍ଷ ପାଇଁ ମୋଟ 865ଖଣ୍ଡ ରଥକାଠର ଆବଶ୍ୟକତା ଥିବା ବେଳେ ଗତ ବର୍ଷର 80ଖଣ୍ଡ ବଳକା କାଠ ଥିବାରୁ ଏବର୍ଷ ମୋଟ 785 ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଯିବ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Jan 11, 2022, 7:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.