ETV Bharat / state

ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ: ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ବ ଗୋପାଳକ, ସଫଳ ଚାଷୀ ସମ୍ବର୍ଦ୍ଧିତ - minister arun sahoo

ନୟାଗଡରେ 70ତମ ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ପାଳିତ । ଆୟୋଜିତ ମେଳାରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଗୋପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ ଆଣି ପ୍ରଦର୍ଶନୀରେ ସାମିଲ କରିଥିଲେ l ଅଧିକ ପଢନ୍ତୁ...

ଗୋସମ୍ପଦର ବିକାଶ ହେଲେ ଦେଶର ହେଵ ବିକାଶ
ଗୋସମ୍ପଦର ବିକାଶ ହେଲେ ଦେଶର ହେଵ ବିକାଶ
author img

By

Published : Nov 6, 2021, 9:06 PM IST

ନୟାଗଡ : ଜିଲ୍ଲା ମାଛିପଡ଼ାରେ ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି l ଗୋସମ୍ପଦର ଅଭିବୃଦ୍ଧି, ଗୋସମ୍ପଦକୁ ନେଇ ଜନସଚେତନତା ଏବଂ ସଫଳ ଚାଷୀଙ୍କୁ ପୁରସ୍କାର ମାଧ୍ୟମରେ ପ୍ରୋତ୍ସାହିତ କରିବା ସଙ୍ଗେ ସଙ୍ଗେ ଏଥିପାଇଁ ଉଦ୍ଧିଷ୍ଟ ସରକାରୀ ଯୋଜନାକୁ ଲୋକଙ୍କ ପାଖେ ପହଞ୍ଚାଇବା ଲକ୍ଷ୍ୟରେ ଏହି ଗୋସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ମେଳାରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ବହୁ ଗୋପାଳକମାନେ ସେମାନଙ୍କ ଗାଈଗୋରୁଙ୍କୁ ଆଣି ପ୍ରଦର୍ଶନୀରେ ସାମିଲ କରିଥିଲେ l କୃଷି ଓ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଯୋଗ ଦେଇ ଗୋ ପୂଜନ କରିଥିଲେ l

ଗୋସମ୍ପଦର ବିକାଶ ହେଲେ ଦେଶର ହେଵ ବିକାଶ

ଏହି ଅବସରରେ ଗୋପାଳନ କ୍ଷେତ୍ରରେ ସଫଳ ହୋଇଥିବା ଚାଷୀଙ୍କୁ ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା । 2000 ମସିହାରେ ଦୈନିକ 27 ଲକ୍ଷ କ୍ଷୀର ଉତ୍ପାଦନ କରାଯାଉଥିଲା ବେଳେ 2020 ରେ 65 ଲକ୍ଷକୁ ବୃଦ୍ଧି ପାଇଛି l ଚାଉଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ସାରା ଭାରତରେ ଚତୁର୍ଥ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି l ଗୋ ପାଳନ କ୍ଷେତ୍ରରେ ଚାଷୀଙ୍କୁ ଆକୃଷ୍ଟ କରିବା ପାଇଁ ପଶୁ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳାରେ 200 ଅଧିକ ଗୋପାଳକ ଯୋଗ ଦେଇ ଗୋ ପୂଜନ କରିଥିଲେ l

ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ଉତ୍ସବରେ ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଗୋ ପାଳନ କ୍ଷେତ୍ରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା । ଗୋ ପାଳନ ପ୍ରତି ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ଗୋରୁ ଗୁହାଳ ଓ ଅନ୍ୟ ସୁବିଧା ସୁଯୋଗ ଦେଉଥିବା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି l ଗୋସମ୍ପଦର ବିକାଶ ଏଭଳି କାର୍ଯ୍ୟକ୍ରମ ବେଶ ସହାୟତା ହେବ । ଏବଂ ଅନେକ ବ୍ୟକ୍ତି ଏହା ଦ୍ୱାରା ଜୀବିକା ନିର୍ବାହ କରିବା ସହ ଦେଶର ପ୍ରଗତିରେ ସହାୟତକ ହେବେ l

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.