ETV Bharat / state

ନିଶାମୁକ୍ତ ଓଡ଼ିଶା ପାଇଁ ଅଭିରାମଙ୍କ ଦିଲ୍ଲୀ ଅଭିମୁଖେ ପଦଯାତ୍ରା

author img

By

Published : Jan 28, 2021, 11:55 AM IST

ଓଡିଶାକୁ ନିଶାମୁକ୍ତ କରିବାକୁ 63 ବର୍ଷୀୟ ଅଭିରାମ ଶତପଥିଙ୍କ ଦିଲ୍ଲୀ ଅଭିମୁଖେ ପଦଯାତ୍ରା । ଅଭିରାମଙ୍କର ଏପରି କାମକୁ ପ୍ରଶଂସା କରାଯାଇଛି । ଅଧିକ ପଢନ୍ତୁ...

63 ବର୍ଷିୟଙ୍କ ଦିଲ୍ଲୀ ଅଭିମୁଖେ ପଦଯାତ୍ରା
63 ବର୍ଷିୟଙ୍କ ଦିଲ୍ଲୀ ଅଭିମୁଖେ ପଦଯାତ୍ରା

ନୟାଗଡ: ଯେଉଁ ବୟସରେ ଲୋକେ ଘରେ ବସି ସମୟ ବିତାଇଥାନ୍ତି । ସେହି ବୟସରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଝାରସୁଗୁଡାର 63 ବର୍ଷୀୟ ବୟସ୍କ ଅଭିରାମ ଶତପଥୀ l ଓଡିଶାକୁ ନିଶାମୁକ୍ତ କରିବାକୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିଛନ୍ତି ଅଭିରାମ ।

63 ବର୍ଷିୟଙ୍କ ଦିଲ୍ଲୀ ଅଭିମୁଖେ ପଦଯାତ୍ରା

ବୟସର ଅପରାହ୍ନରେ ଅଭିରାମଙ୍କ ନିଶା ଓଡ଼ିଶାକୁ ନିଶାମୁକ୍ତ କରିବା । ଏହାକୁ ସେ ଜୀବନର ବ୍ରତ କରି ନେଇଛନ୍ତି । ସେଥିପାଇଁ ଜାନୁଆରୀ 6ରୁ ଦିଲ୍ଲୀ ଅଭିମୁଖେ ଅଭିରାମ ଆରମ୍ଭ କରିଛନ୍ତି ପଦଯାତ୍ରା । ଝାରସୁଗୁଡ଼ା ବିମାନବନ୍ଦର ନିକଟରୁ ନିଜର ପଦଯାତ୍ରା ଆରମ୍ଭ କରି 22ତାରିଖରେ ପୁରୀରେ ପହଞ୍ଚିଥିଲେ । ଏହା ପରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ପଦଯାତ୍ରାର ବିବରଣୀ ପ୍ରଦାନ କରିଥିଲେ । ଏହା ପରେ ସେ ପୁଣି ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି ।

24 ତାରିଖରୁ ପୁରୀରୁ ପଦଯାତ୍ରାରେ ବାହାରିଥିବାବେଳେ ଆସନ୍ତା ମାର୍ଚ୍ଚ 26ରେ ଦିଲ୍ଲୀରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ଦିଲ୍ଲୀରେ ପହଞ୍ଚି ସେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ ବୋଲି କହିଛନ୍ତି । ଓଡ଼ିଶାକୁ ନିଶାମୁକ୍ତ କରିବା ସହିତ ପ୍ରତିଦିନ ବ୍ୟାୟାମ କରି ନିଜକୁ ସୁସ୍ଥ କରିବାର ସଚେତନ ବାର୍ତ୍ତା ଦେଇଛନ୍ତି ଅଭିରାମ । ଗତକାଲି ଖୋର୍ଦ୍ଧାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ସ୍ବାଗତ କରିବା ସହିତ ରାତ୍ରୀ ଯାପନର ବ୍ୟବସ୍ଥା କରିଥିଲା । ତେବେ ପରିଣତ ବୟସରେ ତାଙ୍କର ଏପରି ପ୍ରୟାସକୁ ବେଶ ପ୍ରଶଂସା କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.