ETV Bharat / state

ରାସ୍ତା କାମ ବିଳମ୍ବରୁ 57 ନମ୍ବର ଜାତୀୟ ରାଜପଥ ଅବରୋଧ - ନୟାଗଡ଼ରେ 57 ନମ୍ବର ଜାତୀୟ ରାଜପଥ ଅବରୋଧ

ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ପରେ ସ୍ଥାନୀୟ ଲୋକେ 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ରାସ୍ତା କାମ ବିଳମ୍ବରୁ 57 ନମ୍ବର ଜାତୀୟ ରାଜପଥ ଅବରୋଧ

author img

By

Published : Feb 28, 2021, 12:31 PM IST

Updated : Feb 28, 2021, 7:59 PM IST

ନୟାଗଡ଼: ଠିକା ସଂସ୍ଥାର ମନମାନି। ରାଜପଥ ସମ୍ପ୍ରସାରଣରେ ଅହେତୁକ ବିଳମ୍ବ। ଫଳରେ ରାସ୍ତା ଅବରୋଧ କରି ପ୍ରତିବାଦ କଲେ ସ୍ଥାନୀୟ ଲୋକେ।

ରାଜସୁନାଖଳା ମଧ୍ୟ ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ବ ପାଇଁ ରବିବାର ରାଜସୁନାଖଳାର ବଣିକ ସଙ୍ଘ ଓ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି।

ରାସ୍ତା କାମ ବିଳମ୍ବରୁ 57 ନମ୍ବର ଜାତୀୟ ରାଜପଥ ଅବରୋଧ

ସୂଚନାନୁଯାୟୀ, ଘରୋଇ ଠିକା ସଂସ୍ଥାର ମନମାନି ଯୋଗୁଁ ନିର୍ମାଣ କାର୍ଯ୍ୟରେ ଘୋର ବିଳମ୍ବ ଘଟୁଛି । ସେପଟେ ରାସ୍ତାରେ ପାଣି ସିଞ୍ଚନ ହେଉ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେଣୁ ରାଜସୁନାଖଳା ବଜାର ଭିତରେ ଯାଇଥିବା ମାତ୍ର ୨ କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବାରମ୍ବାର ବଜାର କମିଟି ପକ୍ଷରୁ ଅଭିଯୋଗ କରାଯାଉଥିଲା।

ହେଲେ ଠିକା ସଂସ୍ଥାର ମନମାନି ଯୋଗୁଁ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକେ। ରବିବାର ରାଜସୁନାଖଳାର ସମସ୍ତ ବଣିକ ସଙ୍ଘ ରାସ୍ତାରୋକ କରି ଏହାର ପ୍ରତିବାଦ କରିଛନ୍ତି।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Feb 28, 2021, 7:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.