ETV Bharat / state

5 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

5 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଅଟକ ରଖିଲା ପୋଲିସ । ପ୍ରଲୋଭନ ଦେଖାଇ କରିଥିଲା ଦୁଷ୍କର୍ମ ।

author img

By

Published : Jun 11, 2019, 7:16 AM IST

ଫଟୋ ସୌଜନ୍ୟ : ପ୍ରତିନିଧି,ନୟାଗଡ

ନୟାଗଡ: ଇଟାମାଟି ଥାନା ଜଗତିପାଟଣା ସାହିର ଏକ 5 ବର୍ଷର ଶିଶୁକନ୍ୟାକୁ ସେହି ଗାଁର ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୟାଗଡ

ଅଭିଯୋଗ ଅନୁସାରେ, ସେହି ଗାଁର 22 ବର୍ଷୀୟ ଯୁବକ ଗୁଣ୍ଡୁରୀ ବେହେରା ଉକ୍ତ ଶିଶୁ କନ୍ୟାକୁ ପ୍ରଲୋଭନ ଦେଖାଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା । ମାତ୍ର ରବିବାର ରାତିରେ ଶିଶୁ କନ୍ୟାକୁ ଯନ୍ତ୍ରଣା ହେବାରୁ ସେ ନିଜ ମାଆଙ୍କ ସାମ୍ନାରେ ସବୁ କଥା କହିଥିଲା ।

ଏହାପରେ ଶିଶୁର ପିତା ଇଟାମାଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ପୀଡିତା ଶିଶୁ କନ୍ୟାକୁ ଡାକ୍ତରୀ ମାଇନା ପାଇଁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.