ETV Bharat / state

ନୟାଗଡରୁ ୫ କୁଖ୍ୟାତ ହାଇୱେ ଲୁଟେରା ଗିରଫ

author img

By

Published : Jul 31, 2022, 11:58 AM IST

ନୟାଗଡ ଟାଉନ ଥାନା ପୋଲିସକୁ ସଫଳତା । 5 ଜଣ କୁଖ୍ୟାତ ହାଇୱେ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଅଧିକ ପଢନ୍ତୁ

ନୟାଗଡରୁ ୫ କୁଖ୍ୟାତ ହାଇୱେ ଡକାୟତ ଗିରଫ
ନୟାଗଡରୁ ୫ କୁଖ୍ୟାତ ହାଇୱେ ଡକାୟତ ଗିରଫ

ନୟାଗଡ: ଟାଉନ ଥାନା ପୋଲିସକୁ ସଫଳତା । 5 ଜଣ କୁଖ୍ୟାତ ହାଇୱେ ଡକାୟତଙ୍କୁ ଗିରଫ କରିଛି ନୟାଗଡ ଟାଉନ ଥାନା ପୋଲିସ । ଏନେଇ ସୂଚନା ଦେଇଛନ୍ତି ନୟାଗଡ SDPO ।

ନୟାଗଡରୁ ୫ କୁଖ୍ୟାତ ହାଇୱେ ଡକାୟତ ଗିରଫ

ସୂଚନାଅନୁସାରେ, ଗତକାଲି(ଶନିବାର) କନ୍ଧମାଳ ଜ଼ିଲ୍ଲା ସଦରଥାନା ଅନ୍ତର୍ଗତ ସୁଦୁରୁକୁମ୍ପା ଗାଁର ନିରଞ୍ଜନ ବେହେରା ଓ ତାଙ୍କର ଦୁଇ ସହଯୋଗୀ ସ୍କୁଟିରେ କଟକ ଯାଉଥିଲେ । ତେବେ ନୟାଗଡ ନୂଆ ବସଷ୍ଟାଣ୍ଡ ନିକଟରେ 6 ଜଣ ଡକାୟତ ସେମାନଙ୍କୁ ଅଟକାଇ ପାହାଡ଼ ତଳକୁ ଅପହରଣ କରି ନେଇଯାଇଥିଲେ l ସେଠାରେ ATM, ମୋବାଇଲ ଓ ସ୍କୁଟି ଛଡାଇ ନେଇଯାଇଥିଲେ ଡକାୟତ । ଏଟିଏମ ପିନ ନେଇ ଏଟିଏମରୁ 5000 ଉଠାଇ ନେଇଥିଲେ ଡକାୟତ । ଏନେଇ ଟାଉନ ଥାନାରେ ନିରଞ୍ଜନ ଅଭିଯୋଗ କରିବା ପରେ ଟାଉନ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି 5 ଜଣ ଡକାୟତକୁ ଧରିବାରେ ସକ୍ଷମ ହୋଇଛି ।

ଏହାସହ ଡକାୟତ ମାନେ ବ୍ୟବହାର କରିଥିବା 3 ଟି ବାଇକ ନିରଞ୍ଜନଙ୍କ ସ୍କୁଟି ଓ ATM ରୁ ବାହାର କରିଥିବା 5000 ହଜାର ଟଙ୍କା ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ନୟାଗଡ଼ ଏମଆଇ କଲୋନୀର ବୁଲୁ ଦଳେଇ ଓ ପିଲା ଦଳେଇ, ଇଟାମାଟିର ମିଟୁ ସାହୁ, ବାହାଡାଝୋଲାର ସନ୍ତୋଷ ସାହୁ, ଏବଂ ନୟାଗଡ଼ ସିନ୍ଦୁରିଆ ମହମ୍ମଦ ସଇଦ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.