ନୟାଗଡ: ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଖୋଜା ପ୍ରକ୍ରିୟା । ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ଏକ ଚାରି ଜଣିଆ ଟିମ ନୟାଗଡ଼ରେ ଆସି ପହଞ୍ଚି ଥିବାବେଳେ ଗଣିଆ ବ୍ଲକ ବଡ଼ ରାଉଳି ପୀଠରେ ମଙ୍ଗଳବାର ପୂଜା ହେବ । ଶ୍ରୀଜୀଉଙ୍କ ରଥ ନିର୍ମାଣ ପାଇଁ ଚଳିତବର୍ଷ ସମୁଦାୟ 672 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ, ନୟାଗଡ଼ ଜିଲ୍ଲାର ବିଭିନ ଜଙ୍ଗଲରୁ 367 ଖଣ୍ଡ କାଠ ଯିବ ।
ପରମ୍ପରା ଅନୁସାରେ, ବିମଳାଙ୍କ ପାଖରୁ ଆଜ୍ଞାମାଳ ଆସି, ପ୍ରଥମେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବଡ଼ ରାଉଳିଙ୍କ ପାଖରେ ପୂଜା ହେବ । ପରେ ଗଛ ଚିହ୍ନଟ ହୋଇ ରଥକାଠ କଟା ଆରମ୍ଭ ହେବ । ଜଗନ୍ନାଥ ମନ୍ଦିର ପକ୍ଷରୁ ଏକ ଚାରି ଜାଣିଆ ଟିମ ଆସି ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କ ପାଖରେ ପହଞ୍ଚିଛନ୍ତି ।
ମଙ୍ଗଳବାର ହୋମ ସହ ଜଗନ୍ନାଥଙ୍କ ପାଖରୁ ଆସିଥିବା ଆଜ୍ଞାମାଳ, ମହାପ୍ରସାଦ ପୂଜା ପରେ ନୟାଗଡ଼ ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ ରଥକାଠ ଚିହ୍ନଟ ହୋଇ କଟାଯିବ । ତେବେ ଧଉରା,ଅସନ, ଫାଶୀ ଓ ସିମିଳି ଗଛ ଭଳି କାଠକୁ ଚିହ୍ନଟ କରାଯିବ । ଚଳିତବର୍ଷ ସମୁଦାୟ 672 ଖଣ୍ଡ ଆବଶ୍ୟକ ଥିବାବେଳେ, ନୟାଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରୁ 367 ଖଣ୍ଡ କାଠ ଯିବ ।
ପୁରୀ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ସୁଦର୍ଶନ ମେକାପଙ୍କ ନେତୃତ୍ବରେ ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଆସି ଦେଖା କରି ମହାପ୍ରସାଦ ଓ ଆଜ୍ଞାମାଳ ଆଣିଛନ୍ତି । ଏହି ପରମ୍ପରା ଜଗନ୍ନାଥ ସଂସ୍କୃତି ଆରମ୍ଭରୁ ଚାଲିଅଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ