ETV Bharat / state

ଅଗ୍ନିକାଣ୍ଡର 3 ଦିନ ପରେ ମଧ୍ୟ ଖୋଲା ଆକାଶ ତଳେ 7 ପରିବାର

author img

By

Published : Mar 23, 2021, 7:16 PM IST

ନୟାଗଡ଼ ଦଶପଲ୍ଲା ମେଘମାଳ ଗାଁରେ ଭୟାବହ ଅଗିକାଣ୍ଡରେ ସର୍ବସାନ୍ତ ହୋଇ ଖୋଲା ଆକାଶ ତଳେ ରାତି କାଟୁଛନ୍ତି 7 ପରିବାରର 50ରୁ ଊର୍ଦ୍ଧ୍ବ ସଦସ୍ୟ । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡର 3 ଦିନପରେ ମଧ୍ୟ ଖୋଲା ଆକାଶ ତଳେ 7 ପରିବାର

ନୟାଗଡ଼: ନୟାଗଡ଼ ଦଶପଲ୍ଲା ମେଘମାଳ ଗାଁରେ ଭୟାବହ ଅଗିକାଣ୍ଡରେ ସର୍ବସାନ୍ତ ହୋଇପଡିଛନ୍ତି ଗାଁର ୭ଟି ପରିବାର l ଗତ ୨ ଦିନ ତଳେ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି 7ଟି ପରିବାରର ପ୍ରାୟ ୧୨ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଥିଲା । ହେଲେ ବଡ ଦୁଃଖର କଥା ଯେ ଗତ ୩ଦିନ ଧରି ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି 7ଟି ପରିବାରର 50ରୁ ଊର୍ଦ୍ଧ୍ବ ଲୋକ ।

ଅନ୍ୟପକ୍ଷେ ଘଟଣାର ୩ଦିନ ପରେ ବି କେବଳ ପଲିଥିନ ପାଲ ଯୋଗାଇଦେଇ ସ୍ଥାନୀୟ ପ୍ରଶାସନ ଚୁପ ବସିଥିବାବେଳେ ଆଜି ଏ ନେଇ ଅଗ୍ନି ବିପନ୍ନ ପରିବାରଙ୍କୁ କିଛି ସ୍ଵେଛାସେବୀ ସଂଗଠନ ସହଯୋଗର ହାତ ବଢ଼ାଇଛନ୍ତି l ଦଶପଲ୍ଲାର ସୀତାରାମ ୟୁଥ କ୍ଳବ ପକ୍ଷରୁ ସମସ୍ତ ଅଗ୍ନି ବିପନ୍ନ ପରିବାରଙ୍କୁ ଶୁଖିଲା ଖାଦ୍ୟ,ବସ୍ତ୍ର,ଚାଉଳ,ଡାଲି,ପରିବା ଓ ଅନ୍ୟାନ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି। ତେବେ ସରକାରୀ ସ୍ତରରେ ତୁରନ୍ତ ସହାୟତା ପ୍ରଦାନ ଦାବି କରାଯାଇଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.