ETV Bharat / state

Panchayat Election: ନିର୍ବାଚନୀ ରଣାଙ୍ଗନରେ ୩ ଭାଇ, କ୍ଷମତା ହାସଲ ପାଇଁ ଜୋରଦାର ଲଢେଇ

author img

By

Published : Feb 1, 2022, 4:35 PM IST

କ୍ଷମତା ହାସଲ ପାଇଁ ଏଠାରେ ଭାଇ ସହ ଭାଇ କରୁଛି ଲଢେଇ । ପରସ୍ପରର ଦୋଷ ଦୁର୍ବଳତାକୁ ବଖାଣି ଭୋଟର ମାଗୁଛି ଭୋଟ । ଗୋଟିଏ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ୩ ଭାଇ ଲଢିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଘଟଣା ନୟାଗଡ଼ ଭାପୁର ବ୍ଲକ କଇଁଫୁଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ସ୍ପେଶାଲ ରିପୋର୍ଟ

Panchayat Election: ନିର୍ବାଚନୀ ରଣାଙ୍ଗନରେ ୩ ଭାଇ, କ୍ଷମତା ହାସଲ ପାଇଁ କରୁଛନ୍ତି ଲଢେଇ

ନୟାଗଡ଼: ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ । ଏହାରି ଭିତରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସରପଞ୍ଚ ପଦବୀ ପାଇଁ ୩ ଭାଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ପରସ୍ପରର ବିରୋଧୀ ମତ ଦେଇ ଭୋଟ ହାତେଇବାକୁ କରୁଛନ୍ତି ପ୍ରୟାସ । ଏଭଳି ଏକ ରୋଚକ ଦୃଶ୍ୟ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କଇଁଫୁଲିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ।

ସୁରେଶ ରାଉତ, ରମେଶ ପ୍ରସାଦ ରାଉତ, ଅଶୋକ କୁମାର ରାଉତଙ୍କ ମଧ୍ୟରେ ସରପଞ୍ଚ ଆସନ ପାଇଁ ଲଢ଼େଇ ହେବ । ୩ ଭାଇଙ୍କ ମଧ୍ୟରେ ହେଭି ଲଢେଇ ହେବ । ବିଭିନ୍ନ ରାଜନୈତିକ ଦଳର ପରୋକ୍ଷ ସମର୍ଥନରେ ୩ ଭାଇ ନିର୍ବାଚନକୁ ଓହ୍ଲାଇଛନ୍ତି । ୩ ଭାଇଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ହୋଇନାହାନ୍ତି । ନିର୍ବାଚନରେ ବିଭିନ୍ନ ସଂକେତ ପାଇ ଆରମ୍ଭ କରିଛନ୍ତି ପ୍ରଚାର ପ୍ରସାର । ଲୋକଙ୍କ ପାଖକୁ ଯାଇ ବିଭିନ୍ନ ପ୍ରତିଶୃତି ଦେବାରେ ଲାଗିପଡିଛନ୍ତି । ୩ ଭାଇ ନିଜ ନିଜ ସମର୍ଥକଙ୍କୁ ନେଇ ଏ ଦୁଆରରୁ ସେ ଦୁଆର ବୁଲି ଭୋଟ ମାଗୁଛନ୍ତି ।

କଇଁଫୁଲିଆ ପଞ୍ଚାୟତରେ ମୋଟ 13ଟି ୱାର୍ଡ ରହିଛି । 2011 ଜନ ଗଣନା ଅନୁସାରେ 3193 ଜନ ସଂଖ୍ୟା ଥିଲେ । ବର୍ତ୍ତମାନ ସମୁଦାୟ 2528 ଭୋଟର ଏବଂ ପ୍ରାୟ ୫ ହଜାର ଜନସଂଖ୍ୟାକୁ ନେଇ ପଞ୍ଚାୟତ ଗଠିତ । ଏମାନେ ମୋଟ ୭ ଭାଇ ହୋଇଥିବା ବେଳେ ଜଣେ ଭାଇ ଆରପାରିରେ । ଆଉ 6 ଜଣଙ୍କ ମଧ୍ୟରୁ 3 ଜଣ ଏବେ ନିର୍ବାଚନ ପାଇଁ ଲଢ଼ୁଛନ୍ତି । ଗୋଟିଏ ମାଆ ପେଟରୁ ଜନ୍ମ ହୋଇଥିବା ୩ ଭାଇ ପରସ୍ପରକୁ ବିରୋଧ କରିବା ଏବଂ କ୍ଷମତା ପାଇଁ ରାଜନୈତିକ ମୈଦାନକୁ ଆସିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ୩ ଭାଇ ନିଜେ ଜିତିବା ନେଇ ଦୃଢ଼ ନିଶ୍ଚିତ ଅଛନ୍ତି । ସମସ୍ତେ ନିଜକୁ ଭଲ କହି ଅନ୍ୟ ବିରୋଧରେ ପ୍ରଚାର କରୁଛନ୍ତି ।

ରମେଶ ପଞ୍ଚାୟତରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ପ୍ରସଙ୍ଗ କରି ଲୋକଙ୍କୁ ଭୋଟ ମାଗୁଛନ୍ତି । ପୂର୍ବତନ ସରପଞ୍ଚ ଅନେକ କୁକର୍ମ କରିଛନ୍ତି । ତାଙ୍କ 2 ଥର ସରପଞ୍ଚ କାର୍ଯ୍ୟକଳାପରେ ଜନସାଧାରଣ ଅସନ୍ତୋଷ ଅଛନ୍ତି । ତେଣୁ ତାଙ୍କୁ ଏଠୁ ବିତାଡି଼ତ କରିବା ପାଇଁ ସେ ସରପଞ୍ଚ ପ୍ରାର୍ଥୀ ହୋଇଥିବା କହିଛନ୍ତି । ଗରୀବ ଲୋକମାନେ ଚାଉଳ ପାଉନଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ଏବଂ ପିଠା ଯୋଜନାରେ ଦୁର୍ନୀତି, ମନରେଗାରେ ନକଲି ବିଲ କରି ଟଙ୍କା ହଡ଼ପ ଘଟଣାକୁ ପ୍ରସଙ୍ଗ କରି ଲୋକଙ୍କୁ ଭୋଟ ମାଗୁଛନ୍ତି । ଦୀର୍ଘ ଦିନ ହେବ ଲୋକଙ୍କ ସହ ଜଡିତ ରହିଆସିଛନ୍ତି ।

ବାସ୍ତବିକ ତାଙ୍କ ସମର୍ଥକ ଏବଂ ଲୋକଙ୍କ ମତକୁ ଦେଖିଲେ ପଞ୍ଚାୟତରେ ବିକଳ୍ପ ଚାଁହୁଛନ୍ତି ଭୋଟର । ଏଣୁ ରମେଶଙ୍କ ପଲା ଭାରୀ ଥିବା ଦେଖିବାକୁ ମିଳିଛି । ସରପଞ୍ଚ ପ୍ରାର୍ଥୀ ସୁରେଶ ରାଉତ । ତାଙ୍କର ବି ପଞ୍ଚାୟତରେ ଏକ ସ୍ବତନ୍ତ୍ର ସ୍ଥାନ ଅଛି । 2 ଥର ସରପଞ୍ଚ ହୋଇଛନ୍ତି ସୁରେଶ । ପଞ୍ଚାୟତରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିବା ବେଳେ ଆହୁରି ଅନେକ କାର୍ଯ୍ୟ ବାକି ରହିଯାଇଥିବା ସେ କହିଛନ୍ତି । ଚଳିତ ଥର ଯଦି ପୁନର୍ବାର ବିଜୟ ହୁଅନ୍ତି ତେବେ ବାକି କାମ ସମ୍ପୂର୍ଣ୍ଣ କରିବେ । ପିଲା ବେଳୁ ସମାଜ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିବା ବେଳେ ପୁନର୍ବାର ଜିତିବା ନେଇ ସେ ଆଶା ରଖିଛନ୍ତି ।

ଅଶୋକ ରାଉତ 2 ଭାଇଙ୍କ କାର୍ଯ୍ୟରେ ଅସନ୍ତୋଷ ହୋଇ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଗୋଟିଏ ଭାଇ ୨ ଥର ସରପଞ୍ଚ ହୋଇଥିଲେ ମଧ୍ୟ କିଛି କାମ କରିନାହାନ୍ତି । ପଞ୍ଚାୟତରେ ବହୁତ କାମ ବାକି ରହିଛି । ଏଣୁ ସେ ଜିତି ସବୁ କାମ କରିବେ ବୋଲି କହିଛନ୍ତି । ପଞ୍ଚାୟତ ଖେଳ ପଡିଆର ଉନ୍ନତି, ବରପୁଟ ଗାଁର ପାଣି ସମସ୍ୟା, ଲାଇବ୍ରେରୀ ସ୍ଥାପନ, ଗୟାପଥର ଡ୍ୟାମ ଉନ୍ନତିକରଣ, ଗୋଇସିଂହା ପାହାଡ଼ ଉପରେ ବୈଷ୍ଣବୀ ଦେବୀ ମନ୍ଦିର ନିର୍ମାଣ ଆଦିର ଉନ୍ନତି ଆବଶ୍ୟକ ରହିଛି ।

ସେପଟେ ୩ ଭାଇଙ୍କ ମଧ୍ୟରୁ ୨ ଭାଇଙ୍କ ମଧ୍ୟରେ ଅସଲ ଲଢ଼େଇ ହେବ । ସୁରେଶ ଏବଂ ରମେଶଙ୍କ ମଧ୍ୟରେ ଜୋରଦାର ଟକ୍କର ହେବ । ରମେଶଙ୍କ ବର୍ତ୍ତମାନ ପଲା ଭାରି ଥିବା ବେଳେ ଅନେକ ସୁରେଶ ମଧ୍ୟ ପଛରେ ନାହାନ୍ତି । ତୃତୀୟ ବାର ସରପଞ୍ଚ ହେବାକୁ କରୁଛନ୍ତି କସରତ । ତେବେ 3 ଭାଇଙ୍କ ମଧ୍ୟରେ ଲଢ଼େଇ କେଉଁ ରୂପ ନେଉଛି ଏବଂ କିଏ ବାଜିମାତ କରୁଛି ତାହା ଦେଖିବାକୁ ବାକି ରହିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.