ETV Bharat / state

କୋରୋନା ଭାଙ୍ଗିଲା 200 ବର୍ଷର ଲଙ୍କାପୋଡି ପରମ୍ପରା - stopped lankapodi yatra in nayagarh

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳରେ ଅନୁଷ୍ଠିତ ବିଶ୍ବ ବିଖ୍ୟାତ ଲଙ୍କାପୋଡି ଯାତ୍ରାକୁ ମହାମାରୀ କୋରୋନା ଯୋଗୁଁ ବନ୍ଦ କରାଯାଇଛି । କେବଳ ମନ୍ଦିର ପୂଜକ ମନ୍ଦିର ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି ।

stopped lankapodi yatra
200 ବର୍ଷର ଲଙ୍କା ପୋଡି ପରମ୍ପରା
author img

By

Published : Apr 2, 2020, 1:47 PM IST

Updated : Apr 2, 2020, 4:14 PM IST

ନୟାଗଡ: କୋରୋନା ପାଇଁ ବନ୍ଦ ହେଲା 200 ବର୍ଷର ପରମ୍ପରା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳରେ ଅନୁଷ୍ଠିତ ବିଶ୍ବ ବିଖ୍ୟାତ ଲଙ୍କାପୋଡି ଯାତ୍ରାକୁ ମହାମାରୀ କୋରୋନା ଯୋଗୁଁ ବନ୍ଦ କରାଯାଇଛି । ପରମ୍ପରା ଅନୁସାରେ, ରାଜା ରାଜୁଡା ଅମଳରୁ ଦଶପଲ୍ଲା ଗଡଜାତ ଅଞ୍ଚଳରେ ଲଙ୍କାପୋଡି ଯାତ୍ରା ଅନୁଷ୍ଠିତ ହୋଇଆସୁଥିବାବେଳେ ସରକାରଙ୍କ କଟକଣା ଯୋଗୁଁ ଏଥିରେ ରୋକ ଲଗାଯାଇଛି ।

200 ବର୍ଷର ଲଙ୍କା ପୋଡି ପରମ୍ପରା

ପବିତ୍ର ଶ୍ରୀରାମ ନବମୀ ଠାରୁ ଏହି ଯାତ୍ରା ଆରମ୍ଭ ହୋଇ ପ୍ରାୟ ଏକ ମାସ ଧରି ଅନୁଷ୍ଠିତ ହୋଇଥାଏ । ଭାରତ ବର୍ଷର ସବୁଠୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପ୍ରତିଷ୍ଠା ଲାଭ କରିଥିବା ପ୍ରାୟ 4 କିଲୋମିଟର ଧରି ଯାତ୍ରା ଅନୁଷ୍ଠିତ ହୁଏ। 60 ଫୁଟରୁ ଅଧିକ ଉଚ୍ଚର ଚଳମାନ ରାବଣ ସହ ପୁଷ୍ପକ ବିମାନ ସହ ଆତସବାଜି ବାଣ ମୁଖ୍ୟ ଆକର୍ଷଣ ହୋଇଥାଏ । ଏହାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜେ କାଷ୍ଠର ମୁକୁଟ । କେବଳ ଦେବନୀତି ପ୍ରଚଳନ ଦ୍ବାରା ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ମନ୍ଦିର ପ୍ରଶାସନ ଦ୍ବାରା ନୀତି ପ୍ରଚଳନ କରାହେଲା ।

ଏଥିରେ ଅଭିନୟ କରିଥିବା ସମସ୍ତ କଳାକାରମାନେ ହବିଷ କରି ମନ୍ଦିରରେ ରହିଥାନ୍ତି । ବିକ୍ରମ ଭଣତି ତାଳପତ୍ର ପୋଥି ପଢା ଯାଇଥାଏ । ଯାହାକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତ ଆସିଥାନ୍ତି ।

ତେବେ ଚଳିତବର୍ଷ କୋରୋନା ମହାମାରୀ ଯୋଗୁଁ ସରକାରଙ୍କ ଦ୍ବାରା କଟକଣା ଦ୍ବାରା ମନ୍ଦିର ପ୍ରଶାସନ ପକ୍ଷରୁ ରାବଣ ପୋଡି ଯାତ୍ରାକୁ ବନ୍ଦ ରଖାଯାଇଛି । ସେହିଭଳି ଓଡ଼ଗାଁରେ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ନିମନ୍ତେ ରଖାଯାଇଥିବା ବେଳେ ମନ୍ଦିର ବାହାରେ 144 ଜାରି କରାଯାଇଛି । କେବଳ ମନ୍ଦିର ପୂଜକ ମନ୍ଦିର ଭିତରକୁ ଯିବା ପାଇଁ ନିର୍ଦ୍ଦେଶ ରହିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Last Updated : Apr 2, 2020, 4:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.