ETV Bharat / state

ମେରୁ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ ଓ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jul 26, 2022, 5:15 PM IST

୨୦୨୨ ଗତ ଏପ୍ରିଲ ମାସ ୧୩ ତାରିଖର ନୟାଗଡ଼ ମେରୁ ଯାତ୍ରାରେ ଘଟିଥିଲା ବଡ଼ ଘଟଣା । ଦଣ୍ଡ ଶୋଭାଯାତ୍ରା ଚାଲୁଥିବା ବେଳେ ନୟାଗଡ଼ରେ ଘଟିଥିଲା ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆଜି ଗିରଫ ହୋଇଛି । ଅଧିକ ପଢ଼ନ୍ତୁ

ମେରୁ ଶୋଭାଯାତ୍ରାକୁ କେନ୍ଦ୍ର କରି ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

ନୟାଗଡ଼ : ନୟାଗଡ଼ ମେରୁ ଶୋଭାଯାତ୍ରାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀନିବାସ ପ୍ରଧାନକୁ ଆଜି ପୋଲିସ ଗିରଫ କରିଛି । ଶ୍ରୀନିବାସକୁ ମିଶାଇ ଏହି ଘଟଣାରେ ମୋଟ ୧୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।

ସୂଚନାନୁସାରେ, ଗତ ଏପ୍ରିଲ ମାସ ୧୩ ତାରିଖ ଦିନ ନୟାଗଡ଼ରେ ଚାଲିଥିଲା ମେରୁ ଶୋଭାଯାତ୍ରା । ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ମେରୁ ଶୋଭାଯାତ୍ରା ବାହାରିଥିଲା । ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆ ଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ନିଜ ଗ୍ରାମକୁ ଫେରିଥାନ୍ତି । ଘଟଣା ଦିନ ଡିଜେ ସାଉଣ୍ଡ୍‌ ଜୋର୍‌ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ପରେ ଏହା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା ।

ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ମାଡ଼ ‌ହୋଇଥିଲା । ଏହି ଢେଲାମାଡ଼ରେ ଟାଉନ୍‌ ଥାନା ଆଇଆଇସି ପ୍ରଜ୍ଞାପରମିତା ଜେନାଙ୍କ ମୁଣ୍ଡ ଫାଟିଥିଲା । ଏହାସହ ଥାନାର ୩ ଏସ୍‌ଆଇ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ସେହିପରି ଦେଉଳପଲ୍ଲୀର କେତେକ ଲୋକ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ନବୀନ ପରିଡ଼ାଙ୍କର ମୃତ୍ୟୁ ହୋଇଥିଲା ।

ସମସ୍ତ ଘଟଣାକୁ କେନ୍ଦ୍ର କରି ମୃତକଙ୍କ ପରିବାର ଏବଂପୋଲିସ ପକ୍ଷରୁ ଥାନାରେ ସେତେବେଳେ ୨ଟି ମାମଲା ଦାୟର କରି ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତରେ ପୁଲିସ ପ୍ରଥମେ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ପରେ ଆଉ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଉ ଆଜି ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀନିବାସ ପ୍ରଧାନକୁ ଗିରଫ କରିଛି ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତ ଦେଉଳପଲ୍ଲୀର ବୋଲି ନୟାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।

ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଗିରଫ ୧୮ଜଣଙ୍କ ବ୍ୟତୀତ ଅନ୍ୟ କେହି ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଲେ ସେମାନଙ୍କୁ ବି ଆଗାମୀ ଦିନରେ ଗିରଫ କରାଯିବ ବୋଲି ପୋଲିସ କହିଛି ।

ନୟାଗଡ଼, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.