ETV Bharat / state

ବିକାଶର ହିସାବ ମାଗିଲେ ଜନତା, ହଡବଡେଇ ଗଲେ ବିଧାୟକ ମନୋହର ରନ୍ଧାରୀ - ହଟହଟା ହେଲେ ବିଧାୟକ ମନୋହର ରନ୍ଧାରୀ

ହଟହଟା ହେଲେ ବିଧାୟକ ମନୋହର ରନ୍ଧାରୀ । ଉନ୍ନତି ମୂଳକ କାମର ହିସାବ ମାଗିଲେ ଯୁବ ଗୋଷ୍ଠୀ । ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଧାୟକଙ୍କୁ ଯୁବଗୋଷ୍ଠୀ ବିକାଶର ହିସାବ ମାଗିଛନ୍ତି । ଅଧିକ ପଢନ୍ତୁ

youth gherao mla manohar randhari
youth gherao mla manohar randhari
author img

By ETV Bharat Odisha Team

Published : Aug 28, 2023, 9:47 AM IST

Updated : Aug 28, 2023, 10:03 AM IST

viral video of mla manohar randhari

ନବରଙ୍ଗପୁର: ଯେତେବେଳେ ଜାଗ୍ରତ ହୁଅନ୍ତି ଜନତା । ସେତେବେଳେ ଚୁପ ହୋଇଯାଆନ୍ତି ବିକାଶର କଥା କହି ବଡ ବଡ ବାହାସ୍ଫୋଟ ମାରୁଥିବା ନେତା । ଜନତା ବାଛିଥିଲେ ନେତା, ଆଉ ଏବେ ସେହି ନେତାଙ୍କୁ ଘେରିରେ ଜନତା । ନେତାଙ୍କୁ ଘେରିଯାଇ ମାଗିଲେ ଉନ୍ନତି ମୂଳକ କାମର ହିସାବ । ନିଜ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇ ହଟହଟା ହେଲେ ବିଧାୟକ ମନୋହର ରନ୍ଧାରୀ । ଜନତାଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ଡାବୁଗାଁ ବିଧାୟକ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଧାୟକ ମନୋହର ରନ୍ଧାରୀଙ୍କୁ ଯୁବ ଗୋଷ୍ଠୀ ଘେରିଯାଇ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କରି ଚାଲିଛନ୍ତି । ବିଧାୟକ ହିସାବରେ ଆପଣ କଣ କାମ କରୁଛନ୍ତି ବୋଲି ଜଣେ ଯୁବକ ମନୋହର ରନ୍ଧାରୀଙ୍କୁ ପ୍ରଶ୍ନ କରୁଛନ୍ତି । ବିଧାୟକ ପାଣ୍ଠିର ଅନୁଦାନ ବାର୍ଷିକ ୩ କୋଟି ହୋଇଥିବା ବେଳେ ସେଥିମଧ୍ୟରୁ ସ୍ଥାନୀୟ କୋଷାଗୁମୁଡ଼ା ଅଞ୍ଚଳର ବିକାଶ ପାଇଁ କେତେ ଅନୁଦାନ ବିନିଯୋଗ ହୋଇଛି ବୋଲି ତାହାର ଜବାବ ମାଗିଥିଲେ ଯୁବକ ଗୋଷ୍ଠୀ । ଏହି ପ୍ରଶ୍ନରେ ବିଧାୟକ ବିକାଶ ହୋଇଥିବା କଥା କହିବା ସହ ଆମେ ବୋର୍ଡ ଲଗାଇ ପାରୁନୁ ସେଥି ପାଇଁ କେହି ଜାଣି ପାରୁନାହାନ୍ତି ବୋଲି କହି କଥାକୁ ଟାଳି ଦେଉଛନ୍ତି । ଏଥି ସହ କଥା କଟାକଟି ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓଟି ଡାବୁଗାଁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଷାଗୁମୁଡ଼ା ବ୍ଲକର ବୋଲି ଚର୍ଚ୍ଚା ହେଉଛି ।

ଏଅହା ମଧ୍ୟ ପଢନ୍ତୁ-ବଣାଇ ବିଜେଡିର ଭିଡ଼ିଓ ଭାଇରାଲ; ତୃତୀୟ ମହଲାରେ କେମିତି ହୁଏ ଟିକେଟ ଡିଲ ? ଶୁଣନ୍ତୁ ନେତାଙ୍କ ମୁହଁରୁ

ନିଜ ନିର୍ବାଚନ ମଣ୍ଡଳୀ କୋଷାଗୁମୁଡା ଅଞ୍ଚଳକୁ ଗସ୍ତରେ ଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଯୁବ ଗୋଷ୍ଠୀ ବିଧାୟକଙ୍କୁ ଘେରି ଯାଇଥିଲେ । ନିର୍ବାଚନ ସରି ୫ ବର୍ଷ ବିତି ଯାଇଥିବା ବେଳେ କେଉଁ କେଉଁ ଉନ୍ନତିମୂଳକ କାମ କରିଛନ୍ତି ତାହାର ହିସାବ ମାଗିଥିଲେ ସ୍ଥାନୀୟ ଯୁବକ । ଏଥିସହ ବିଧାୟକ ପାଣ୍ଠିର ଅନୁଦାନରୁ କୋଷାଗୁମୁଡ଼ା ଅଞ୍ଚଳର ବିକାଶ ପାଇଁ କେତେ ଅନୁଦାନ ବିନିଯୋଗ ହୋଇଛି ତାହାର ଜବାବ ନେତାଙ୍କୁ ମାଗିଥିଲେ ଜନତା । ଏଥିସହ ସାଂସଦ ପାଣ୍ଠିର ମଧ୍ୟ କେତେ ଟଙ୍କା ବିନିଯୋଗ କରିଛନ୍ତି ତାହାର ହିସାବ ମାଗିଥିଲେ । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବହୁତ କାର୍ଯ୍ୟ କରିଥିବା ବିଧାୟକ କହୁଥିବା ବେଳେ ଯୁବ ଗୋଷ୍ଠୀ ତରଫରୁ ତାହାର ଗୋଟିଏ ପରେ ଗୋଟିଏ ପ୍ରଶ୍ନରେ ବିଧାୟକ ହଡବଡେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଘଟଣାଟି କେଉଁ ଦିନର ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।

ଯେତେବେଳେ ଖୋଦ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଥିବା ବିଧାୟକ ମନୋହର ରନ୍ଧାରୀଙ୍କୁ ଜନତା କାମର ହିସାବ ମାଗନ୍ତି ତେବେ ଏଭଳି ପରିସ୍ଥିତିରେ କିଭଳି ଜିଲ୍ଲାରେ କିଭଳି ଉନ୍ନୟନମୂଳକ କାମ ଚାଲିଥିବ ତାହା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଆଗାମୀ ଦିନରେ ଏହି ଘଟଣା ଜିଲ୍ଲା ରାଜନୀତିରେ କଣ ପ୍ରଭାବ ପକାଉଛି ତାହାକୁ ଅପେକ୍ଷା । ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ନିଜସ୍ୱ କୌଣସି ଯୋଜନା ଓ ଭୂମିକା ରହିଛି ନା କେବଳ ମୁଖ୍ୟମନ୍ତ୍ରୀଙ୍କ ଯୋଜନାରେ ଭୋଟ ହାତଉଛନ୍ତି ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 28, 2023, 10:03 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.