ETV Bharat / state

ମାଁଙ୍କୁ ସମ୍ମାନ ଦେଲେ ଆଗେଇବ ସମାଜ: କନ୍ୟା ସଂଗଠନ

author img

By

Published : May 14, 2023, 8:40 PM IST

ଆଜି ହେଉଛି ସ୍ନେହମୟୀ , ମମତାମୟୀ ମାଆର ଦିନ । ନବରଙ୍ଗପୁର କନ୍ୟା ସଂଗଠନ ପକ୍ଷରୁ ପାଳନ ହୋଇଥିଲା ବିଶ୍ବ ମାତୃଦିବସ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର କନ୍ୟା ସଂଗଠପାନ ବିଶ୍ବ ମାତୃଦିବସ ପାଳିତ

ନବରଙ୍ଗପୁର: ମା' ଶବ୍ଦକୁ ବର୍ଣ୍ଣନା କରିବାକୁ ଶବ୍ଦକୋଷ ନିଅଣ୍ଟ ପଡିଯିବ । ଜୀବନର ପ୍ରତ୍ୟେକଟି ଦୁଃଖ ଅବା ସୁଖ ତା ପଣତ କାନି ତଳେ ସବୁ ସମୟ ବେଶ ଆରାମଦାୟୀ । ମା' ଶବ୍ଦରେ ଅଛି ମଧୁରତା ଅମୃତର ସ୍ବାଦ । ଏହି ଅବସରରେ ନବରଙ୍ଗପୁର କନ୍ୟା ସଂଗଠନ ପକ୍ଷରୁ ପାଳନ ହୋଇଥିଲା ବିଶ୍ବ ମାତୃଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ମୁନା ଖାନ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡଃ ଚନ୍ଦ୍ର ଶେଖର ହୋତା ଯୋଗଦେଇ କନ୍ୟାମାନେ ଭବିଷ୍ୟତରେ ଆଗକୁ କେମିତି ନିର୍ଯାତିତ ନହେବେ ସେଥିପାଇଁ ପ୍ରଶାସନିକସ୍ତରଠାରୁ ଆରମ୍ଭ କରି ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ମିଳିତ ପ୍ରୟାସ କରିବାକୁ ଆହ୍ବାନ ଦେଇଥିଲେ ।

ଅଧିକ ପଢ଼ନ୍ତୁ: ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମହାରାଷ୍ଟ୍ରରେ ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୧୪୪ ଧାରା ଲାଗୁ

ଏହାସହ ଚୈତନ୍ୟ ଦେବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକ ମହିଳାମାନଙ୍କୁ ଆଇନ ଗତ ସୁରକ୍ଷା ଏବଂ ତାର ଦିଗ ବିଷୟରେ ବିସ୍ତୃତ ଭାବେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟବଲ୍ଳଭ ରାଉତ, ଶରତ ଚନ୍ଦ୍ର ତ୍ରିପାଠୀ, ମନୋରମା ମାଝୀ ଯୋଗଦେଇ ‘ମା’ ଥିଲେ ବଇରୀ ହାରେ । ଜୀବନର ସାହାଟିଏ ମା' । ବୋଲି ମତ ପ୍ରକାଶ କରିଥିଲେ ।

ଅଧିକ ପଢ଼ନ୍ତୁ: ଆଜିଠୁ ଆରମ୍ଭ ହେଲା ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ପର୍ବ

ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର କହିଛନ୍ତି, ‘‘ବିନା ଦରମାରେ ବିନା ବିଶ୍ରାମରେ ଯିଏ ପରିବାର ପାଇଁ ନିଜକୁ ସମର୍ପି ଦିଏ ସେ ମାଁ । ମାଁ ଋଣ କେବେ କେହି ଶୁଝି ପାରିବେ ନାହିଁ ‌। ଆମେ ମାଁଙ୍କୁ ସମ୍ମାନ ଦେଲେ ଆମେ ଆଗେଇବା ବୋଲି କହିଥିଲେ ।’’ ପଣ୍ଡିତ ଶରତ ଚନ୍ଦ୍ର ତ୍ରିପାଠୀ କନ୍ୟା ଓ ମାଁ ଶବ୍ଦର ବିଶେଷ ବ୍ୟାଖ୍ୟା କରିଥିଲେ । ପୁରୁଷ ଜୀବନରେ ନାରୀର ମହତ୍ତ୍ବକୁ ସେ ବିଶ୍ଲେଷଣ କରିଥିଲେ । ଏହି ଅବସରରେ କବିୟତ୍ରୀ ବାସନ୍ତୀ ଲତା ଜେନାଙ୍କ ରଚିତ କବିତା ସଂକଳନର ଦ୍ଵିତୀୟ ଅର୍ଘ୍ୟ "କରୁଣା କଣିକା" ଉନ୍ମୋଚିତ କରାଯଇଥିଲା । ଏହି କବିତାକୁ ମୁଖ୍ୟ ଆତିଥି ସାଂସଦ ମୁନା ଖାନ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଉନ୍ମୋଚନ କରିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.