ETV Bharat / state

ଇନ୍ଦ୍ରାବତୀରେ ବୁଡ଼ି ମହିଳା ନିଖୋଜ ଘଟଣା: ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ରବିବାର ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ମହିଳା ନିଖୋଜଥିବା ବେଳେ ୨୪ ଘଣ୍ଟା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

ଇନ୍ଦ୍ରାବତୀରେ ବୁଡ଼ି ମହିଳା ନିଖୋଜ ଘଟଣା: ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର
ଇନ୍ଦ୍ରାବତୀରେ ବୁଡ଼ି ମହିଳା ନିଖୋଜ ଘଟଣା: ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର
author img

By

Published : May 11, 2020, 2:52 PM IST

ନବରଙ୍ଗପୁର: ରବିବାର ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ମହିଳା ନିଖୋଜଥିବା ବେଳେ ୨୪ ଘଣ୍ଟା ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ଗ୍ରାମର କେତକୀ ମାଝୀ(୪୨) ବୋଲି ଜଣାପଡ଼ିଛି ।

ଇନ୍ଦ୍ରାବତୀରେ ବୁଡ଼ି ମହିଳା ନିଖୋଜ ଘଟଣା: ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର

ସୂଚନା ଅନୁଯାୟୀ, ମଞ୍ଚାଗାଁ ଗ୍ରାମର ହଳଧର ମାଝୀଙ୍କ ପତ୍ନୀ କେତକୀ ମାଝୀ ଗତକାଲି ସକାଳୁ ଗାଁ ନିକଟସ୍ଥ ଇନ୍ଦ୍ରାବତୀ ନଦୀରେ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ କୈଣସି କାରଣରୁ କେତକୀଙ୍କ ଗୋଡ଼ ଖୋସି ଯିବାରୁ ନଦୀରେ ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେବାପରେ ଏନେଇ ମୃତ ମହିଳାଙ୍କ ସ୍ବାମୀ ଖାତିଗୁଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।

ଖବରପାଇ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ କିନ୍ତୁ ଉଦ୍ଧାର କରି ପାରିନଥିଲେ । ୨୪ ଘଣ୍ଟା ପରେ ସୋମବାର ଅଗ୍ନିଶମ ବିଭାଗ ମହିଳାଙ୍କ ମୃତଦେହ ଉଦ୍ଧାର କରିବାରେ ସଫଳ ହୋଇଛି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.