ETV Bharat / state

ବଜ୍ରାଘାତରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ଆକାଶରୁ ଖସିଲା ମୃତ୍ୟୁ । ଜମିରେ ତଳି ପକାଉଥିବା ସମୟରେ ବଜ୍ରାଘାତରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ବାମୀ ଗୁରୁତର । ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଗୌଡ଼କଷ୍ଟିଗୁଡା ଗ୍ରାମରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

husband died, wife injured due to lightning in nabarangpur
Lightning Death: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
author img

By

Published : Jun 23, 2022, 11:14 AM IST

ନବରଙ୍ଗପୁର: ଆକାଶରୁ ଖସିଲା ମୃତ୍ୟୁ । ଜମିରେ ତଳି ପକାଉଥିବା ସମୟରେ ବଜ୍ରାଘାତରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଗୌଡ଼କଷ୍ଟିଗୁଡା ଗ୍ରାମରୁ । ମୃତକ ହେଲେ ଗୌଡ଼କଷ୍ଟିଗୁଡା ଗ୍ରାମର ଦୁତିକା ନାୟକ । ତାଙ୍କର ବୟସ ପ୍ରାୟ 40 ବର୍ଷ ହେବ ।

Lightning Death: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

ସୂଚନା ଅନୁସାରେ, ଗୌଡ଼କଷ୍ଟିଗୁଡା ଗ୍ରାମର ଚନ୍ଦ୍ର ନାୟକ( ୪୮) ତାଙ୍କ ସ୍ତ୍ରୀ ଦୁତିକା ନାୟକ (୪୦) ନିଜ ଜମିରେ ତଳି ପକାଇବାକୁ ଯାଇଥିବା ସମୟରେ ବଜ୍ରାଘାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁତିକା ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଚନ୍ଦ୍ର ନାୟକଙ୍କୁ ଗୁରିତର ଅବସ୍ଥାରେ ପ୍ରଥମେ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯିବା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।

ହେଲେ ସବୁଠାରୁ ବଡକଥା ହେଉଛି ନବରଙ୍ଗପୁର ଜିଲ୍ଲାରୁ ବିକାଶର ଚିତ୍ର ସାମ୍ନାକୁ ଆସିଛି । ମୋ ସରକାର ଓ 5ଟି ଭଳି ମେଗା ଯୋଜନା ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ଆବଶ୍ୟକ ସମୟରେ ପହଞ୍ଚି ପାରୁନି ଆମ୍ବୁଲାନ୍ସ ସେବା । ଫଳରେ ଗୁରୁତର ରୋଗୀକୁ ଅଟୋ ଯୋଗେ ନବରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.