ETV Bharat / state

ନୂଆ ଇଭିଏମ ଆସିଲେ ଭୋଟ ଦେବୁ: ବାଗେନାଗୁଡା ଭୋଟର

author img

By

Published : Apr 11, 2019, 3:51 PM IST

ନୂଆ ଇଭିଏମ ଆସିବା ପରେ ପୁନର୍ବାର ଆରମ୍ଭ ହେବ ମତଦାନ । ବାଗେନାଗୁଡା ଗ୍ରାମର ଆହୁରି ପ୍ରାୟ 300 ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବାକୁ ଅପେକ୍ଷା କରି ରହିଛନ୍ତି ।

ଫାଇଲ ଫଟୋ

ନବରଙ୍ଗପୁର: ଇଭିଏମରେ ଯାନ୍ତ୍ରିକ ସମସ୍ୟା ଦେଖାଯିବା କାରଣରୁ ନବରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧିନସ୍ଥ ବାଗେନାଗୁଡା ଗାଁରେ ଭୋଟଗ୍ରହଣ ବନ୍ଦ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ସ୍ବାଭାବିକ ଭାବେ ମତଦାନ ଆରମ୍ଭ ହୋଇନଥିବା ଜଣାପଡିଛି । ଭୋଟଗ୍ରହଣ ଦିନ ଏଭଳି ସ୍ଥତି ଉପୁଯିବାରୁ ସ୍ଥାନୀୟ ଅଞ୍ଚଳର ଭୋଟରଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଈଟିଭି ଭାରତ

ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକରେ ଅବସ୍ଥିତ ବାଗେନାଗୁଡା ଗାଁ । ସକାଳୁ ସକାଳୁ ଏହି ଗାଁରେ ଚଳିତ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମଦଦାନ ଅନୁଷ୍ଠିତ ହୋଇଯାଇଥିଲା । ଇଭିଏମରେ ଯାନ୍ତ୍ରିକ ସମସ୍ୟା ଦେଖାଯିବାକୁ ସକାଳେ 2 ଘଣ୍ଟା ଏବଂ ମଧ୍ୟାନ୍ନ ସମୟରେ ପ୍ରାୟ 3 ଘଣ୍ଟା ଘରି ବନ୍ଦ ରହିଥିଲା ଭୋଟଗ୍ରହଣ । ବର୍ତ୍ତମାନ ପ୍ରାୟ 300 ଭୋଟର ମତଦାନ କରିଛନ୍ତି । ନୂଆ ଇଭିଏମ ଆସିବା ପରେ ପୁନର୍ବାର ଆରମ୍ଭ ହେବ ମତଦାନ । ଆହୁରି ପ୍ରାୟ 300 ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବାକୁ ଅପେକ୍ଷା କରି ରହିଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.