ETV Bharat / state

ଲଗାଣ ବର୍ଷା ଯୋଗୁଁ ରାସ୍ତାରେ କାଦୁଅ ପଙ୍କ, ଧାନ ତଳି ବୁଣି ଗ୍ରାମବାସୀଙ୍କ ପ୍ରତିବାଦ

author img

By

Published : Aug 18, 2020, 1:20 PM IST

କାଦୁଅ ରାସ୍ତାରେ ଗ୍ରାମବାସୀ ଧାନ ଗଛ ଲଗାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

nabarangpur latest news, heavy rain in nabarangpur, mud on nabarangpur road, villagers sowed crop on mud road, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁରରେ ଲଗାଣ ବର୍ଷା, ନବରଙ୍ଗପୁରରେ ରାସ୍ତାରେ କାଦୁଅ, କାଦୁଅ ରାସ୍ତାରେ ଗ୍ରାମବାସୀଙ୍କ ଧାନ ତଳି ବୁଣା
ଲଗାଣ ବର୍ଷାରୁ ରାସ୍ତାରେ କାଦୁଅ ପଙ୍କ, ଧାନ ତଳି ବୁଣି ଗ୍ରାମବାସୀଙ୍କ ପ୍ରତିବାଦ

ନବରଙ୍ଗପୁର: ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁରରେ ଅସ୍ତବ୍ୟସ୍ତ ହୋଇ ପଡିଛି ସାଧାରଣ ଜନ ଜୀବନ । ଫଳରେ ସ୍ଥାନୀୟ ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଓ ସାନଦାମାପାଲା ଗ୍ରାମକୁ ସଂଯୋଗ କରୁଥିବା କାଦୁଅ ରାସ୍ତାରେ ଗ୍ରାମବାସୀ ଧାନ ଗଛ ଲଗାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଖୁଟୁବାଇ ପଞ୍ଚାୟତର ଦାମାପାଲା ଓ ସାନଦାମାପାଲା ଗ୍ରାମକୁ ସଂଯୋଗ କରୁଥିବା ପ୍ରାୟ 1 କିଲୋମିଟର ରାସ୍ତା ଲଗାଣ ବର୍ଷାରେ ଶୋଚନୀୟ ହୋଇ ପଡିଛି ।

ଏନେଇ ଗ୍ରାମବାସୀମାନେ ବହୁବାର ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବିଡ଼ିଓ, ସାଂସଦ, ଡାବୁଗାଁ ବିଧାୟକଙ୍କୁ ରାସ୍ତା ନିର୍ମାଣ ପାଇଁ ଦାବି କରିଥିଲେ । କିନ୍ତୁ ଏହି ସମସ୍ୟା ପ୍ରତି କେହି ଧ୍ୟାନ ଦେଇନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଉପରେ ପଞ୍ଚାୟତ କାର୍ଯ୍ୟାଳୟକୁ ଗରିବ ଲୋକେ ଚାଉଳ, କିରୋସିନ, ଡାକ୍ତରଖାନା ସହ ଅନ୍ୟ କାର୍ଯ୍ୟ ପାଇଁ ନିର୍ଭର କରନ୍ତି । ହେଲେ ଲଗାଣ ବର୍ଷା ଯୋଗୁଁ ଏହି ରାସ୍ତାରେ ଏତେ ମାତ୍ରାରେ କାଦୁଅ ଭରିଯାଇଛି କି ଏଠାରେ ଏବେ ଚାଲିବା ବି କଷ୍ଟକର ହୋଇ ପଡିଛି ।

ତେବେ ଏହି ଗୁରୁତର ସମସ୍ୟା ପ୍ରତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମର ଶତାଧିକ ଲୋକେ ଧାନ ତଳି ଆଣି ରାସ୍ତାରେ ଲଗାଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ସେହିପରି ମାଲେକୋଟ ଛକଠାରୁ ଖୁଟୁବାଇ ଗ୍ରାମର ପାୟ 7 କିଲୋମିଟର ରାସ୍ତା ମଧ୍ୟ ଶୋଚନୀୟ ଅବସ୍ଥାରେ ରହିଛି । ଏହି ରାସ୍ତା ଗତ 2001 ମସିହାରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରି ନିର୍ମାଣ କରାଯାଇଥିଲା । ହେଲେ ପ୍ରାୟ 20 ବର୍ଷ ହେଲା ଏହି ରାସ୍ତାରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନଥିବାରୁ ଏବେ ଏହି ରାସ୍ତା ମରଣଯନ୍ତା ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେଣୁ ଯଦି ଜିଲ୍ଲା ପ୍ରଶାସନ ପକ୍ଷରୁ ତୁରନ୍ତ ଏହି ରାସ୍ତାର ନିର୍ମାଣ ନହୁଏ ତେବେ ଆଗାମୀ ଦିନରେ ଖୁଟୁବାଇ ପଞ୍ଚାୟତବାସୀ ଗଣଧାରଣା ଦେବା ସହ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.