ETV Bharat / state

କୋରୋନା କଟକଣା: ଗାଁ ରାସ୍ତା ବନ୍ଦ କଲେ ଗ୍ରାମବାସୀ - villagers blocked the road for Corona in nabarangpur

କୋରୋନା ମୁକାବିଲା ନାମରେ ବକ୍ସାଗୁଡା ଗ୍ରାମକୁ ପ୍ରବେଶ ବନ୍ଦ କଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ବକ୍ସାଗୁଡା ଗ୍ରାମର ପ୍ରବେଶ ପଥକୁ ଆଜି ଗ୍ରାମବାସୀ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ।

villagers blocked road for Corona in nabarangpur
କୋରୋନା ଲାଗି ଗାଁ ରାସ୍ତା ବନ୍ଦ କଲେ ଗ୍ରାମବାସୀ
author img

By

Published : Mar 31, 2020, 10:29 PM IST

ନବରଙ୍ଗପୁର: କୋରୋନା ମୁକାବିଲା ନାମରେ ବକ୍ସାଗୁଡା ଗ୍ରାମକୁ ପ୍ରବେଶ ବନ୍ଦ କଲେ ଗ୍ରାମବାସୀ । ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ଅନ୍ତର୍ଗତ ବକ୍ସାଗୁଡା ଗ୍ରାମର ପ୍ରବେଶ ପଥକୁ ଆଜି ଗ୍ରାମବାସୀ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । କୋରୋନା ଭୂତାଣୁ ଭୟରେ ସମ୍ପୂର୍ଣ୍ଣ ଦେଶରେ ଲଗ୍‌ଡାଉନ୍‌ ହୋଇଥିବାବେଳେ ବକ୍ସାଗୁଡା ଗ୍ରାମବାସୀ ଗ୍ରାମର ମୁଖ୍ୟ ପ୍ରବେଶ ପଥକୁ ବନ୍ଦ କରି ପହରା ଦେଉଛନ୍ତି ।

କୋରୋନା ଲାଗି ଗାଁ ରାସ୍ତା ବନ୍ଦ କଲେ ଗ୍ରାମବାସୀ

ଅତି ଜରୁରୀ କାର୍ଯ୍ୟ ଥିଲେ ବାହାରକୁ ଯିବା ସହ ଫେରିବା ବେଳକୁ ହାତକୁ ଭଲ ଭାବେ ଧୋଇବା ଏବଂ ବାହାରକୁ ଗଲାବେଳେ ମୁହଁକୁ ସମ୍ପୂର୍ଣ୍ଣ ମାସ୍କ ପିନ୍ଧି ଯିବେ ବୋଲି ସଚେତନ କରାଉଥିବା ଦେଖିବାକୁ ମିଳିଛି । ସେହିପରି ବାହାର ଗ୍ରାମର ଲୋକଙ୍କୁ ଗ୍ରାମ ଭିତରେ ପ୍ରବେଶକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଦାଦନ ଶ୍ରମିକ ମାନେ ଏବେ ସମସ୍ତେ ଗାଁରେ ଫେରୁଥିବା ଦେଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଯେଉଁ ଶ୍ରମିକମାନେ ବାହାରୁ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ଡାକ୍ତରଖାନାକୁ ଯାଇ ପରୀକ୍ଷା କରିବାକୁ ଏମାନେ କହୁଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.