ETV Bharat / state

ଭିଜିଲାନ୍ସ ପଞ୍ଝାରେ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ, କେସ୍‌ କୋହଳ ପାଇଁ ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଉମରକୋଟ ଥାନା ଅତିରିକ୍ତ IIC । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲିମାରାଜ ପ୍ରଧାନଙ୍କୁ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

author img

By

Published : Jul 11, 2022, 9:21 AM IST

Updated : Jul 11, 2022, 10:05 AM IST

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ଉମରକୋଟ ଥାନା ଅତିରିକ୍ତ IIC

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ଉମରକୋଟ ଥାନା ଅତିରିକ୍ତ IIC । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲିମାରାଜ ପ୍ରଧାନଙ୍କୁ ଧରିଲା ଭିଜିଲାନ୍ସ । ଗତକାଲି ରାତିରେ ଲିମାରାଜ ପ୍ରଧାନଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ପଞ୍ଝାରେ ଉମରକୋଟ ଅତିରିକ୍ତ ଥାନା ଅଧିକାରୀ

ସୂଚନାଅନୁସାରେ, ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ ଅତିରିକ୍ତ ଥାନା ଅଧିକାରୀ । ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟରେ ରାତି ୧୧ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ଭିଜିଲାନ୍ସ ଅଧିକାରୀ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢାଉ କରିଥିଲା ।

ଥାନା ନିକଟରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ପ୍ରଧାନଙ୍କୁ କାବୁ କରୁଥିବା ସମୟରେ ଭିଜିଲାନ୍ସକୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲୀ ଭିଜିଲାନ୍ସ ଟିମ୍ । ବର୍ତ୍ତମାନ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ରଖାଯାଇଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ । ଏହି ଟିମରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗରର ୧୪ ଜଣ ସାମିଲ ରହିଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Jul 11, 2022, 10:05 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.