ETV Bharat / state

ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ - Nabarangpur covid update

ନବରଙ୍ଗପୁର କୋଭିଡ ମେଡିକାଲରେ ଆଜିଠୁ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ ବ୍ୟବସ୍ଥା । ସୁଫଳ ପାଇବେ ଜିଲ୍ଲାବାସୀ । ଅଧିକ ପଢନ୍ତୁ...

ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ
ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ
author img

By

Published : May 20, 2021, 6:30 AM IST

ନବରଙ୍ଗପୁର: ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କୋଭିଡ ମେଡିକାଲରେ ରୋଗୀଙ୍କ ସଂଖ୍ୟା ବି ବଢିଚାଲିଛି। ଏଭଳି ସ୍ଥିତିରେ ଏକ ବଳିଷ୍ଠ ପଦକ୍ଷେପ କୋଭିଡ ରୋଗୀଙ୍କ ପାଇଁ ଆରମ୍ଭ କରାଯାଇଛି। ଆଜି ନବରଙ୍ଗପୁର କୋଭିଡ ମେଡିକାଲରେ ଭେଣ୍ଟିଲେଟର ସହ ଆଇସିୟୁ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଯାଇଛି । ଏହି ପରିପ୍ରେକ୍ଷୀରେ କୋଭିଡ ମେଡିକାଲ ପରିସରରେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ଏବଂ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ
ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ

ଏଠାରେ ଆଜି ୧୨ସଂଖ୍ୟା ଶଯ୍ୟା ବିଶିଷ୍ଟ ଆଇସିୟୁ ଆରମ୍ଭ ହୋଇଛି। ଏହି ଆଇସିୟୁ ୟୁନିଟରେ ୪ଗୋଟି ଭେଣ୍ଟିଲେଟର ସହ ଆଇସିୟୁର ସୁବିଧା ରହିଛି। କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରର କୋଭିଡ ରୋଗୀ ଅକ୍ସିଜେନର ଆବଶ୍ୟକତା ପୂରଣ ପାଇଁ ଏକ ଆକ୍ସିଜେନ ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି। ଏଥିରେ ମେନିଫୋଲ୍ଡ ସିଷ୍ଟମ୍ ସାହାଯ୍ୟରେ ଏକ କାଳୀନ ୬ଟି ଯୁମ୍ବୋ ସିଲିଣ୍ଡରରେ ପାଇପ ଲାଇନ ଜରିଆରେ ରୋଗୀଙ୍କ ଶଯ୍ୟା ନିକଟରେ ଆକ୍ସିଜେନ ଉପଲବ୍ଧ ହୋଇପାରିବାର ବ୍ୟବସ୍ଥା କରାଯାଇଛି ।

ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ
ନବରଙ୍ଗପୁର କୋଭିଡ ମେଡିକାଲରେ କାର୍ଯ୍ୟକ୍ଷମ ହେଲା ଭେଣ୍ଟିଲେଟର ଏବଂ ଆଇସିୟୁ

ଏହି ପ୍ଳାଣ୍ଟରେ ଗଚ୍ଛିତ କ୍ସିଜେନ ସିଲିଣ୍ଡରରୁ ସିଧାସଳଖ ରୋଗୀଙ୍କ ଅକ୍ସିଜେନ ଆବଶ୍ୟକତା ପୂରଣ କରାଯାଇପାଇବ। ଜିଲ୍ଲାରେ ବର୍ତମାନ ୪୬.୭ ଲିଟର କ୍ଷମତା ବିଶିଷ୍ଟ ୧୩୭ଟି ଯୁମ୍ବୋ ସିଲିଣ୍ଡର ଥିବାବେଳେ ୧୦ ଲିଟର କ୍ଷମତା ବିଶିଷ୍ଟ ୯୩ଟି ଆକ୍ସିଜେନ ସିଲିଣ୍ଡର ରହିଛି। ୧୩ ଶଯ୍ୟା ବିଶିଷ୍ଟ ଆଇସିୟୁ ୟୁନିଟରେ ଜୀବନ ରକ୍ଷାକାରୀ ସମସ୍ତ ଆବଶ୍ୟକୀୟ ଉପକରଣ ମହଜୁଦ ରହିଛି। ଜିଲ୍ଲାର କୋଭିଡ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ୧୨ ଆଇସିୟୁ ଶଯ୍ୟା ବିଶେଷ ସାହାଯ୍ୟ ହୋଇପାରିବ ବୋଲି ଜିଲ୍ଲାପାଳ ଡଃ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ସାଂସଦ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ଏହା ବହୁ ଦିନ ଧରି ଦାବି ହୋଇ ଆସୁଥିଲା, ନବରଙ୍ଗପୁର ଜିଲ୍ଲାବାସୀଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଥିଲେ, ବର୍ତମାନ ଏହା ପୁରଣ ହୋଇଛି । ଏଥିସହ ଏଠାକାର ଗୁରୁତର ରୋଗୀଙ୍କୁ ଆଉ କୋରାପୁଟ, ଜୟପୁର ଏବଂ ବାହାରକୁ ଯିବାକୁ ପଡିବ ନାହିଁ, ବର୍ତ୍ତମାନ ଏଠି ଚିକିତ୍ସ ହୋଇପାରିବ ବୋଲି ସାଂସଦ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶୋଭାରାଣୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l


ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.