ETV Bharat / state

ଘର ବାହୁଡିଲେ ମୃତ୍ୟୁ ବିଜୟୀ, ଗାଁରେ ଉତ୍ସବର ମାହୋଲ

ଉତ୍ତରାଖଣ୍ଡରେ ଫସିରହିଥିବା ଶ୍ରମିକମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି । ଯାହାକୁ ନେଇ ସେମାନଙ୍କ ଗ୍ରାମରେ ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ଅଧିକ ପଢନ୍ତୁ

ଘର ବାହୁଡିଲେ ମୃତ୍ୟୁ ବିଜୟୀ
ଘର ବାହୁଡିଲେ ମୃତ୍ୟୁ ବିଜୟୀ
author img

By ETV Bharat Odisha Team

Published : Dec 3, 2023, 12:25 PM IST

ଘର ବାହୁଡିଲେ ମୃତ୍ୟୁ ବିଜୟୀ

ନବରଙ୍ଗପୁର: ମୃତ୍ୟୁ ବିଜୟୀ ଶ୍ରମିକଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା । ଉତ୍ତରାଖଣ୍ଡରେ ଫସିରହିଥିବା ଶ୍ରମିକମାନେ ଉଦ୍ଧାର ହେବା ପରେ ନିଜ ନିଜ ଘରକୁ ଫେରୁଛନ୍ତି । 17 ଦିନ ଧରି ଜୀବନ ମରଣ ସହ ସଂଘର୍ଷ କରି ମୃତ୍ୟୁ ବିଜୟୀ ହୋଇ ଫେରିଥିବାରୁ ସବୁଠି ଖୁସିର ଲହର ଖେଳିଯାଇଛି । ବିପୁଳ ସ୍ୱାଗତ ସମ୍ବର୍ଦ୍ଧନାରେ ଶ୍ରମିକମାନଙ୍କୁ ପାଛୋଟି ସେମାନଙ୍କୁ ନିଆଯାଉଛି । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ତାଳବେଢା ଗ୍ରାମର ବୀର ଶ୍ରମିକ ଭଗବାନ ଭତ୍ରା ନିଜ ଗାଁରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନାରେ ଘରକୁ ପାଛୋଟି ନିଆଯାଇଛି ।

ଶ୍ରମିକ ଭଗବାନ ଭତ୍ରା ନିଜ ଗ୍ରାମ ତାଳବେଢାରେ ପହଞ୍ଚିବା ପରେ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି । ଦୀର୍ଘ ୧୭ ଦିନ ପରେ ଜୀବନ ମୃତ୍ୟୁ ସହିତ ସଂଘର୍ଷ କରି ଟନେଲରୁ ସୁରକ୍ଷିତ ଉଦ୍ଧାର ହୋଇ ନିଜ ମାଟିରେ ପହଞ୍ଚିବା ପରେ ନାଚ ଗୀତ ସହ ଧୁମଧାମରେ ସ୍ୱାଗତ କରିଛନ୍ତି ଗ୍ରାମବାସୀ । ନିଜ ଗାଁରେ ଭଗବାନଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା । ଲୋକେ ନାଚ ଗୀତ କରିବା ସହିତ ପରସ୍ପରକୁ ମିଠା ଖୁଆଇଥିଲେ ଏବଂ ବାଣ ଫୁଟାଇ ଗ୍ରାମ ପରିକ୍ରମା କରିଥିଲେ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ପହଞ୍ଚି ଲୋକଙ୍କ ଖୁସିରେ ସାମିଲ ହୋଇ ଭଗବାନଙ୍କୁ ସ୍ୱାଗତ କରିବା ସହିତ ଗ୍ରାମବାସୀଙ୍କ ସହିତ ନାଚି ଥିଲେ । ନବରଙ୍ଗପୁର ଜିଲ୍ଲାପାଳ କମଳ ଲୋଚନ ମିଶ୍ର ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଗାଁରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଭଗବାନ ଭତ୍ରା ମଧ୍ୟ ନିଜ ଗ୍ରାମକୁ ଫେରି ଅତ୍ୟନ୍ତ ଖୁସି ଥିବା କହିଥିଲେ ।

ଏହାମଧ୍ୟ ପଢନ୍ତୁ.. ଜନ୍ମମାଟିକୁ ଫେରିଲେ ଟନେଲ ବୀର, ଗାଁ ଓ ପରିବାରରେ ଖୁସିର ମାହୋଲ

ନଭେମ୍ବର ୧୨ ତାରିଖରେ ଉତ୍ତରକାଶୀର ସିଲକ୍ୟାରା ଟନେଲ ଭିତରେ ୪୧ ଜଣ ଶ୍ରମିକ କାମ କରୁଥିବା ବେଳେ ହଠାତ୍ ଟନେଲ ଭିତରର ଗୋଟିଏ ଭାଗ ଭୁଷୁଡି ପଡ଼ିଥିଲା। ଫଳରେ ସମସ୍ତ ଶ୍ରମିକ ଟନେଲ ମଧ୍ୟରେ ଫସି ଯାଇଥିଲେ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ କାମ ଆରମ୍ଭ ହୋଇଥିଲା । ଅନ୍ତର୍ଜାତୀୟ ଟିମ, ରାଟ ମାଇନିଙ୍ଗ ଟେକନିକାଲ ଟିମ ପ୍ରମୁଖ ସେମାନଙ୍କୁ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଶେଷରେ ୧୬ ଦିନ ପରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସେହି ୪୧ ଜଣ ଶ୍ରମିକ ମାନଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଶ୍ରମିକ ରହିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.