ETV Bharat / state

ପୁଟଘର ଗାଁରେ ପୁଣି ଅଜଣା ଜନ୍ତୁ ଆତଙ୍କ, ବନବିଭାଗ ଲଗାଇଲା କ୍ୟାମେରା - ନବରଙ୍ଗପୁର ନ୍ୟୁଜ

ନନ୍ଦାହାଣ୍ଡି ବ୍ଲକ ପୁଟଘର ଗାଁରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଏଥର ବାଘ 2ଟି ଛେଳିକୁ ଶିକାର କରି ଗୋଟିଏ ଛେଳିକୁ ସମ୍ପୂର୍ଣ ଭାବରେ ଖାଇଯାଇଥିବା ବେଳେ ଅନ୍ୟ ଛେଳିଟିକୁ ମାରିଦେଇ ଛାଡି ଚାଲିଯାଇଛି ।

ପୁଟଘର ଗାଁରେ ପୁଣି ଅଜଣା ଜନ୍ତୁ ଆତଙ୍କ, ବନବିଭାଗ ଲଗାଇଲା ଭିଡିଓ କ୍ୟାମେରା

author img

By

Published : Jul 25, 2020, 11:19 AM IST

ନବରଙ୍ଗପୁର: ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୁଟଘର ଗାଁରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଏଥର ବାଘ 2ଟି ଛେଳିକୁ ଶିକାର କରି ଗୋଟିଏ ଛେଳିକୁ ସମ୍ପୂର୍ଣ ଭାବରେ ଖାଇଯାଇଥିବା ବେଳେ ଅନ୍ୟ ଛେଳିଟିକୁ ମାରିଦେଇ ଛାଡି ଚାଲିଯାଇଛି। ଅଜଣା ଜନ୍ତୁଟି କଲରାପତାରିଆ ବାଘ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହିଭଳି ଅଜଣା ଜନ୍ତୁ ବାରମ୍ବାର ଗ୍ରାମବାସୀଙ୍କ ଗୃହ ପାଳିତ ପଶୁଗୁଡିକୁ ଶିକାର କରିବାରେ ଲାଗିଛି। ଗ୍ରାମବାସୀମାନେ ଏନେଇ ଭୟଭୀତ ହୋଇଛନ୍ତି । ଜିଲ୍ଲା ବନଖଣ୍ଡ ଅଧିକାରୀ ମଧ୍ୟ ଗ୍ରାମବାସୀଙ୍କ ସହ ଏକମତ ହୋଇ ଏହା କଲରାପତାରିଆ ବାଘ ବୋଲି କହିଛନ୍ତି।

ପୁଟଘର ଗାଁରେ ପୁଣି ଅଜଣା ଜନ୍ତୁ ଆତଙ୍କ, ବନବିଭାଗ ଲଗାଇଲା ଭିଡିଓ କ୍ୟାମେରା

ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ 2କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବାବେଳେ ଜଙ୍ଗଲ ମଧ୍ୟରେ ବାଘର ଉପସ୍ଥିତି ପୁଟଘର ଗ୍ରାମବାସୀଙ୍କ ସୁଖ ଓ ଶାନ୍ତି ଛଡେଇ ନେଇଛି। ପୁଟଘର ଗାଁର ବୃନ୍ଦାବନ ଗୌଡ଼ ମେଣ୍ଢା ଓ ଛେଳି ପଲକୁ ଚରାଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇକି ଯାଇଥିବା ବେଳେ,ମେଣ୍ଢା ଓ ଛେଳି ପଲ ଉପରକୁ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା ବାଘ ଆକ୍ରମଣ କରି ଗୋଟିଏ ଛେଳିକୁ ମରି ଛାଡି ଚାଲିଯାଇଥିବା ବେଳେ, ଅନ୍ୟ ଏକ ଛେଳିକୁ ଜଙ୍ଗଲ ମଧ୍ୟକୁ ଟାଣି ନେଇଯାଇଥିଲା। ଏଥି ପୂର୍ବରୁ2ଟି ଛେଳିକୁ ବାଘ ଖାଇଯାଇଥିବା ବେଳେ,ଏକ ମାସ ପୂର୍ବରୁ ଗୋଟିଏ ଗାଈକୁ ବାଘ ଖାଇଯାଇଥିଲା ଓ ତିନୋଟି ଗାଈ ବାଘର ଆକ୍ରମଣରେ ଗୁରୁତର ଅବସ୍ଥାରେ ଘରକୁ ଫେରିଥିଲେ।

ପୂର୍ବରୁ ଗାଈ ଓ ଛେଳି ଗୁଡିକ ଉପରକୁ ହୋଇଥିବା ଆକ୍ରମଣ ବାଘ କରିଛି ନା ଅନ୍ୟ କୌଣସି ଜଙ୍ଗଲୀ ଜନ୍ତୁ କରିଛି ଗ୍ରାମବାସୀମାନେ ସନ୍ଦେହରେ ରହୁଥିଲେ । କିନ୍ତୁ ଏବେ ଛେଳି ଚରୁଆଳ ବୃନ୍ଦାବନ ଗୌଡର ଆଖି ସାମ୍ନାରେ 2ଟି ଛେଳିକୁ କଲରାପତରିଆ ବାଘ ଶିକାର କରିବା ପରେ ଗ୍ରାମବାସୀଙ୍କ ସନ୍ଦେହ ଦୂର ହୋଇଥିବା ଦାବି କରିଛନ୍ତି । କିନ୍ତୁ ଏବେ ଗ୍ରାମବାସୀ ମାନେ ବାଘ ତାଙ୍କ ଆଖ ପାଖରେ ଘୁରି ବୁଲୁଥିବା ଜାଣିବା ପରେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ନିଜର ଛୋଟ ଛୋଟ ପିଲା ମାନଙ୍କର ଜୀବନ ବାଘ କାରଣରୁ ବିପଦରେ ରହିଥିବାରୁ ବନବିଭାଗ ଅଧିକାରୀ ମାନଙ୍କ ନିକଟରେ ବାଘକୁ ଶୀଘ୍ର ଧରିବାକୁ ଗୁହାରି କରିଛନ୍ତି।

ପୁଣି ଦୁଇଟି ଛେଳିକୁ ବାଘ ଶିକାର କରିଥିବା ଖବର ପାଇବା ପରେ ବନବିଭାଗ କର୍ମଚାରୀ ମାନେ ପୁଟଘର ଗାଁକୁ ଯାଇ ତଦନ୍ତ କରିଥିଲେ । ଏହାପରେ ବନ ବିଭାଗର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ପୁଟଘର ଗାଁ ଜଙ୍ଗଲରେ ପହଞ୍ଚି ଦୁଇଟି ସ୍ଥାନରେ ଭିଡ଼ିଓ କ୍ୟାମେରା ଖଞ୍ଜିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.