ETV Bharat / state

ଆଦିବାସୀ ମହିଳାଙ୍କ ହାତରୁ ପୋଡା ମକା ଖାଇଲେ ରେଳମନ୍ତ୍ରୀ

ନବରଙ୍ଗପୁର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଗସ୍ତ ସମୟରେ ବାଟରୁ ଆଦିବାସୀ ମହିଳାଙ୍କୁ ଠାରୁ ପୋଡା ମକା ଖାଇଲେ ରେଳମନ୍ତ୍ରୀ । ଅଧିକ ପଢନ୍ତୁ...

author img

By

Published : Aug 21, 2021, 5:19 PM IST

ଆଦିବାସୀ ମହିଳାଙ୍କ ହାତ ପୋଡା ମକା ଖାଇଲେ ମନ୍ତ୍ରୀ

ନବରଙ୍ଗପୁର: ପୋଡା ମକା ଖାଇଲେ ରେଳମନ୍ତ୍ରୀ । ନବରଙ୍ଗପୁରସ୍ଥିତ ମକା ବଜାରରେ ଆଦିବାସୀ ମହିଳାଙ୍କ ହାତ ପୋଡା ମକାର ସ୍ବାଦ ନେଇଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୂର୍ବରୁ କୋରାପୁଟିଆ ଲୋକନୃତ୍ୟ ତାଳରେ ତାଳ ଦେଇଥିବା ଏବଂ ଛୋଟିଆ ଚା' ଦୋକାନରେ ଚା' ପିଇଥିବା ରେଳମନ୍ତ୍ରୀ ଆଜି ନବରଙ୍ଗପୁରରେ ପାଦ ଦେଉ ଦେଉ ମକାର ସ୍ବାଦ ନେଇଛନ୍ତି । ରେଳମନ୍ତ୍ରୀଙ୍କ ଏହି ଅନ୍ଦାଜକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଛି ।

ଆଦିବାସୀ ମହିଳାଙ୍କ ହାତରୁ ପୋଡା ମକା ଖାଇଲେ ରେଳମନ୍ତ୍ରୀ

ତିନି ଦିନିଆ ଓଡିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦକ୍ଷିଣ ଓଡ଼ିଶା ଗସ୍ତ କରିଛନ୍ତି । ଶୁକ୍ରବାର ସେ କୋରାପୁଟ ଓ ରାୟଗଡା ଗସ୍ତ କରିଥିବାବେଳେ ଆଜି(ଶନିବାର) ମନ୍ତ୍ରୀ ନବରଙ୍ଗପୁର ଆସିଛନ୍ତି । ସହରରେ ପହଞ୍ଚିବା କ୍ଷଣି କେନ୍ଦ୍ରମନ୍ତ୍ରୀଙ୍କୁ ଟାଣି ନେଇଛି ମକାର ସ୍ବାଦ । ନବରଙ୍ଗପୁର ସହର ନିକଟବର୍ତ୍ତୀ ପ୍ରବେଶ ପଥରେ ଥିବା ଇନ୍ଦ୍ରାବତୀ ପୋଲ ନିକଟରେ ପସରା ମେଲାଇଥିବା ଆଦିବାସୀ ମହିଳାଙ୍କ ନିକଟରୁ ପୋଡା ମକା ଖାଇଛନ୍ତି ଅଶ୍ବିନୀ ବୈଷ୍ଣବ । ମକା ଖାଇବା ପରେ ବହୁତ ଭଲ ଲାଗିଲା ବୋଲି ସେ କହିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.