ନବରଙ୍ଗପୁର: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତ୍ମହତ୍ୟା ଘଟଣା । ଗୁରୁବାର ଗୋଟିଏ ଦିନରେ ଦୁଇଟି ସ୍ଥାନରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ରାଇଘର ପୋଲିସ । ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ପାରୁଆ ଗ୍ରାମର କେତୁରାମ ଗଣ୍ଡ ଓ ପାଟଚୁଆ ଗ୍ରାମର ରାମଚନ୍ଦ୍ର ଗଣ୍ଡ ବୋଲି ଜଣାପଡ଼ିଛି ।
ସୂଚନା ଅନୁଯାୟୀ କେତୁରାମ ଗଣ୍ଡ ପାରିବାରିକ କଳହକୁ ନେଇ ଅତ୍ୟଧିକ ମଦ୍ୟପାନ କରି ମାନସିକ ଭାରସାମ୍ୟ ହରାଇ ନିଜ ଘର ବାରଣ୍ଡାରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ସେହିପରି ରାମଚନ୍ଦ୍ର ଗଣ୍ଡ ଗତ ୬ ମାସରୁ ମାନସିକରୋଗରେ ପୀଡିତ ଥିବାସହ ହଠାତ ଘରେ କେହି ନଥିବା ସୁଯୋଗ ନେଇ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ।
ଘଟଣାସ୍ଥଳରେ ରାଇଘର ଥାନା ଏସଆଇ ଗଗନେଶ୍ବର ମାଝୀ ଓ ଏଏସଆଇ କୃଷ୍ଣଚନ୍ଦ୍ର ଗୌଡ଼ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ବର୍ତ୍ତମାନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ