ETV Bharat / state

ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ - raighar accident

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଟିମନପୁର ନିକଟରେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଧିକ ପଢ଼ନ୍ତୁ...

ନବରଙ୍ଗପୁର: ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ

author img

By

Published : Nov 2, 2020, 8:24 PM IST

ନବରଙ୍ଗପୁର: ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଟିମନପୁର ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକମାନେ ସ୍ଥାନୀୟ ଅଞ୍ଚଳର ଗୋବର୍ଦ୍ଧନ ଗଣ୍ଡ ଓ ଓମ୍ ପ୍ରସାଦ ଗଣ୍ଡ ବୋଲି ଜଣାପଡ଼ିଛି । ଦୁହେଁ କୌଣସି କାମରେ ବାହାରକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

ଗୋବର୍ଦ୍ଧନ ଗଣ୍ଡ ଓ ଓମ୍ ପ୍ରସାଦ ଗଣ୍ଡ କୌଣସି କାମରେ ଗୋଟିଏ ବାଇକରେ ଟିମନପୁରରୁ ବିନୟପୁରକୁ ଯାଉଥିଲେ। ତେବେ ଯିବା ବାଟରେ ଦ୍ରୁତ ଗତି ଯୋଗୁଁ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।

ନବରଙ୍ଗପୁର: ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ ଆରୋହୀ ମୃତ

ଘଟଣାସ୍ଥଳରେ ରାଇଘର ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏହାସହ ମୃତଦେହ ଦୁଇଟିକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଗୋବର୍ଦ୍ଧନ ଗଣ୍ଡ ଓ ଓମ୍ ପ୍ରସାଦ ଗଣ୍ଡଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସେମାନଙ୍କ ପରିବାର।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.