ETV Bharat / state

କାଜୁ ଜଙ୍ଗଲରେ ମା’ ଓ ଛୁଆ ଭାଲୁର ସନ୍ଦେହଜନକ ମୃତ୍ୟୁ

ନବରଙ୍ଗପୁର ନିସ୍ନାହାଣ୍ଡି ଗ୍ରାମ ନିକଟର କାଜୁ ଜଙ୍ଗଲରୁ ମା’ ଭାଲୁ ସହ ଛୁଆର ମୃତଶରୀର ଉଦ୍ଧାର । ମୃତ୍ୟୁର କାରଣ ଅସ୍ପଷ୍ଟ ।

author img

By

Published : Jun 27, 2019, 4:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର: ନନ୍ଦାହାଣ୍ଡି ବ୍ଲକ ନିସ୍ନାହାଣ୍ଡି ଗ୍ରାମରୁ ମା’ ଭାଲୁ ସହ ଛୁଆର ମୃତଦେହ ଉଦ୍ଧାର । ଦୁଇ ମୃତଶରୀରକୁ ଉଦ୍ଧାର କରିଛି ବନବିଭାଗ । ମା’ ଭାଲୁର ବୟସ 4 ବର୍ଷ ଓ ଛୁଆ ଭାଲୁର ବୟସ 9 ମାସ ବୋଲି ଜଣାପଡିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ନବରଙ୍ଗପୁର

ସୂଚନା ଅନୁଯାୟୀ, ନିସ୍ନାହାଣ୍ଡି ଗାଁ ପାଖରେ ଥିବା କାଜୁ ଜଙ୍ଗଲରେ ଦୁଇଟି ଭାଲୁ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିଥିଲେ । ପରେ ସେମାନେ ବନବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଚଲାଇଛି ।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଅନ୍ୟ ଏକ ଭାଲୁର ଆକ୍ରମଣରେ ଦୁଇ ଭାଲୁଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେପଟେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

Intro:Body:

fsfds

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.