ETV Bharat / state

Excise Department Raid: ବେଡରୁମ ସିକ୍ରେଟ ଚାମ୍ବରରୁ ବିପୁଳ ମହୁଲ ପୋଚ ଜବତ

ନବରଙ୍ଗପୁର କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ନେଇଗାଁ, ଦାଡିଆଗୁଡା, ଲାଣ୍ଡୁଗୁଡା ଓ ରାଜୋଡା ଗ୍ରାମରେ ଚଢାଉ କରାଯାଇ ପ୍ରାୟ ୧୫୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୫୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି । ଅଧିକ ପଢନ୍ତୁ

author img

By

Published : May 12, 2022, 10:47 PM IST

Excise Department Raid: ବେଡରୁମ ସିକ୍ରେଟ ଚାମ୍ବରରୁ ବିପୁଳ ମହୁଲ ପୋଚ ଜବତ
Excise Department Raid: ବେଡରୁମ ସିକ୍ରେଟ ଚାମ୍ବରରୁ ବିପୁଳ ମହୁଲ ପୋଚ ଜବତ

ନବରଙ୍ଗପୁର: ଜିଲ୍ଲା ଅବକାରୀ ଅଧୀକ୍ଷକ ସନ୍ତୋଷ କୁମାର ଧଳସାମନ୍ତଙ୍କ ନିର୍ଦ୍ଦେଶ କ୍ରମେ ଓ ନବରଙ୍ଗପୁର ଅବକାରୀ ନିରୀକ୍ଷକ ସୁଧୀର କୁମାର ସାହୁଙ୍କ ନେତୃତ୍ବରେ କୋଷାଗୁମୁଡ଼ା ପୋଲିସ ସହ ମିଳିତ ଚଢାଉ । ଯେଉଁଥିରେ ବିପୁଳ ପରିମାଣରେ ଦେଶୀ ମଦ ସହ ମହୁଲ ପୋଚ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାଇ, କୋଷାଗୁମୁଡ଼ା ଥାନା ଅନ୍ତର୍ଗତ ନେଇଗାଁ, ଦାଡିଆଗୁଡା, ଲାଣ୍ଡୁଗୁଡା ଓ ରାଜୋଡା ଗ୍ରାମରେ ଚଢାଉ କରାଯାଇ ପ୍ରାୟ ୧୫୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୧୫୦୦ ଲିଟର ମହୁଲ ପୋଚ ଜବତ କରାଯାଇଛି ।

ଏଥିସହ ରାଜୋଡା ଗ୍ରାମର ଯୋଜନା ବିଶୋଇ ଓ ରାମକୃଷ୍ଣ ବିଶୋଇଙ୍କ ଠାରୁ ମଦ ଓ ପୋଚ ଜବତ ସହ ଦୁହିଁଙ୍କୁ ଗିରଫ କରି ଆଜି(ଗୁରୁବାର) କୋର୍ଟ ଚାଲାଣ କରାଯାଇଛି । ମଦ ଚଢାଉ ସମୟରେ ଜଣକଙ୍କ ଘର ବେଡରୁମରେ ମାଟି ତଳେ ଏକ ସିକ୍ରେଟ ଚାମ୍ବରରୁ ବହୁ ପରିମାଣର ରନ୍ଧା ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ କୋଡ଼ିଙ୍ଗା ଅବକାରୀ ବିଭାଗର ଏସଆଇ ହରପ୍ରସାଦ ରଣା, ଏଏସଆଇ ଜଗବନ୍ଧୁ ଜାନୀ, ରାଜେନ୍ଦ୍ର ପଟ୍ଟନାୟକ, ଅବକାରୀ କନେଷ୍ଟବଳ ଆକ୍ରମ ଖାନ, ଦେବେନ୍ଦ୍ର ସମରଥ, ରୀନା ବଡନାୟକ ଓ ରଞ୍ଜିତ ସିଂ ସହ କୋଷାଗୁମୁଡ଼ା ପୋଲିସ କର୍ମଚାରୀ ସାମିଲ ଥିଲେ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.