ନବରଙ୍ଗପୁର: ବିଶ୍ବାସ ଏଇ ଭଳି ଏକ ଶବ୍ଦ ଯାହା ସମସ୍ତଙ୍କ ଆସ୍ଥା ସହିତ ଜଡିତ । କୁହାଯାଏ ଭଗବାନଙ୍କ ଅସ୍ତିତ୍ବର ପରୀକ୍ଷା ସବୁବେଳେ ମଣିଷ ତଥା ମାନବ ସମାଜର କଲ୍ୟାଣ ପାଇଁ ବିନିଯୋଗ କରିଥାଏ । ଏଇ ଭଳି ଏକ ଅନନ୍ୟ ବିଶ୍ବାସ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ନବରଙ୍ଗପୁର ଜିଲ୍ଲାରେ ।
କୋଷାଗୁମୁଡା ବ୍ଲକ୍ ବଡ଼ଆମଡା ପଞ୍ଚାୟତର ବଡ ଅମଡା ଗ୍ରାମରେ ବର୍ଷା ଅଭାବ ଯୋଗୁଁ କରାଯାଇଛି ଭିମା ଓ ଭୀମାଣିଙ୍କ ବାହାଘର କରିଛନ୍ତି। ଶ୍ରାବଣ ମାସ ଶେଷ ହେଲାଣି କିନ୍ତୁ ବର୍ଷା ଅଭାବରୁ ବନ୍ଦ ରହିଛି ଧାନ ରୁଆ ତ।ସହିତ ଧାନ ଗଛ ମଧ୍ୟ ଶୁଖିବାକୁ ଲାଗିଲାଣି । ବର୍ତ୍ତମାନ ଚିନ୍ତାରେ ସମଗ୍ର ଅଞ୍ଚଳର ଚାଷୀ । ଚଳିତ ବର୍ଷ ମୌସୁମୀ ମଧ୍ୟ ଦାଉ ସାଜିଛି । ଚାଷୀ ଅନେଇ ରହିଛନ୍ତି ଆକାଶକୁ । କେତେବେଳେ ଯେ ଇନ୍ଦ୍ର ଦେବତା ପ୍ରସନ୍ନ ସାଜି ଅଜାଡ଼ି ଦେବେ ଚାଷୀଙ୍କ ପାଇଁ ବର୍ଷା ତହିଁରେ ରହିଛି ଚାଷୀଙ୍କ ପାଇଁ ପୁଳାଏ ହସ । ପୂର୍ବପୁରୁଷ କାଳରୁ ଏହି ଆଦିବାସୀ ମାନେ ପରମ୍ପରା ଅନୁସାରେ ବର୍ଷା ସମୟରେ ବର୍ଷା ନହେଲେ ସେମାନେ ଏହି ଭୀମା ଭୀମାଣୀ ବିବାହ କାର୍ଯ୍ୟ କରିଥାନ୍ତି । ସେଥିପାଇଁ ବର୍ଷା ପାଇଁ ଅନୁଷ୍ଠିତ ହୋଇଯାଇଛି ଭୀମା ଓ ଭୀମାଣି ବାହାଘର ।
ଏହି ଅଞ୍ଚଳର ଲୋକେ ବର୍ଷା ନ ହେଲେ ଭିମା ଓ ଭୀମାଣିକୁ ବାହାଘର କରି ଭୀମା ଭୀମସେନକୁ ପୂଜା କରି ଇନ୍ଦ୍ରଦେବ ସନ୍ତୁଷ୍ଟ କଲେ ବର୍ଷା ହେବ ବୋଲି ବିଶ୍ଵାସ କରି ଆସୁଛନ୍ତି । ଦେଖିବାକୁ ବାକି ରହିଲା ଏହି ଭୀମା ଭିମାଣୀ ବିବାହରେ କେତେ ସନ୍ତୁଷ୍ଟ ହୋଇଛି ଇନ୍ଦ୍ର ଦେବ । କେବେ ବର୍ଷା ହେବ ସେ ନେଇ ଏବେ ଅନାଇ ରହିଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ