ETV Bharat / state

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ

ପୁଟନାଡ଼ା ଗ୍ରାମର ଡ୍ରାଇଭର ଠାକୁର ଗଣ୍ଡ ଏକ ଟ୍ରାକ୍ଟର ନେଇ ପୁଟାନାଡ଼ାରୁ ବିଜିଲିପରା ଯାଉଥିବା ବେଳେ ବରଡିପରା ଗ୍ରାମଠାରେ ଟ୍ରାକ୍ଟର ଉପରୁ ନିୟନ୍ତ୍ରଣ ହରାଇ ହଠାତ ଏକ ଗଛକୁ ଧକ୍କା ଦେଇଥିଲେ । ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

author img

By

Published : Jul 22, 2020, 5:37 AM IST

tractor-accident-driver-dead
ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ

ନବରଙ୍ଗପୁର: ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପୁଟାନାଡ଼ାଠାରେ ମଙ୍ଗଳବାର ଏକ ଟ୍ରାକ୍ଟର ଓଲଟି ପଡିବାରୁ ଟ୍ରାକ୍ଟର ଡ୍ରାଇଭରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ପୁଟନାଡ଼ା ଗ୍ରାମର ଡ୍ରାଇଭର ଠାକୁର ଗଣ୍ଡ ଏକ ଟ୍ରାକ୍ଟର ନେଇ ପୁଟାନାଡ଼ାରୁ ବିଜିଲିପରା ଯାଉଥିବା ବେଳେ ବରଡିପରା ଗ୍ରାମଠାରେ ଟ୍ରାକ୍ଟର ଉପରୁ ନିୟନ୍ତ୍ରଣ ହରାଇ ହଠାତ ଏକ ଗଛକୁ ଧକ୍କା ଦେଇଥିଲେ । ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ୍ୟୁ

ଗାଡିଟି ସ୍ଥାନୀୟ ରାହାନସପାରା ଗ୍ରାମର ବିଷ୍ଣୁ ଗଣ୍ଡଙ୍କର ବୋଲି ଜଣାପଡିଛି । ଖବର ପାଇ ରାଇଘର ପୋଲିସ ଏଏସଆଇ ବଟକୃଷ୍ଣ ଗୌଡ଼ ଘଟଣା ସ୍ଥଳରେ ପହଞ୍ଚି ଥାନା କେସ ନଂ ୧୦୩/୨୦ରେ ଏକ ମାମଲା ରୁଜୁ କରି ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ସହ ମୃତଦେହ ଜବତ କରି ଘଟଣାର ଅନୁସନ୍ଧାନ ଚଳାଇଛନ୍ତି। ପ୍ରକାଶ ଯୋଗ୍ୟ ଡ୍ରାଇଭର ଠାକୁର ଗଣ୍ଡଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କର 5 ବର୍ଷର ଝିଅ ସହ ଛୋଟ ଛୋଟ 2 ଶିଶୁ ପୁତ୍ର ଅଛନ୍ତି। ମୃତକଙ୍କ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.