ETV Bharat / state

ନବରଙ୍ଗପୁରରୁ ଆଜି ପୁଣି 28 କୋରୋନା ପଜିଟିଭ ଚିହ୍ନଟ

author img

By

Published : Oct 12, 2020, 3:34 PM IST

ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲାରେ ପୁଣି 28 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4, 472କୁ ବୃଦ୍ଧି ପାଇଛି।

Nabarangpur
ନବରଙ୍ଗପୁରରେ କୋରୋନା

ନବରଙ୍ଗପୁର: ଜିଲ୍ଲାରେ ଦୈନିକ କୋରୋନା ସଂକ୍ରମଣ ବଢୁଥିବାବେଳେ ଏବେ କିଛିଟା ହ୍ରାସ ପାଇଛି । ଆଜି(ସୋମବାର) ନବରଙ୍ଗପୁର ଜିଲ୍ଲାରେ ପୁଣି 28 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4, 472କୁ ବୃଦ୍ଧି ପାଇଛି।

Nabarangpur
ଆଜି ପୁଣି 28 କୋରୋନା ପଜିଟିଭ ଚିହ୍ନଟ

ସୋମବାର ଚିହ୍ନଟ ହୋଇଥିବା 28 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ ସର୍ବାଧିକ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୋଷାଗୁମୁଡା ବ୍ଲକରୁ 5 ଜଣ, ନନ୍ଦାହାଣ୍ଡି ବ୍ଲକରୁ 4 ଜଣ, ନବରଙ୍ଗପୁର ଓ ତେନ୍ତୁଳିଖୁଣ୍ଟି ବ୍ଲକରୁ 3ଜଣ ଲେଖାଏଁ ଏବଂ ନବରଙ୍ଗପୁର ପୌରାଞ୍ଚଳ ଓ ଉମରକୋଟ ପୌରାଞ୍ଚଳରୁ ଜଣେ ଲେଖାଏଁ ସେହିପରି ଉମରକୋଟ, ଚନ୍ଦାହାଣ୍ଡି ବ୍ଲକରୁ ମଧ୍ୟ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ 74,911ଜଣଙ୍କର କୋଭିଡ ପରୀକ୍ଷା କରାଯାଇଥିବା ବେଳେ ସେଥିମଧ୍ୟରୁ 4,472 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି l ଏବେ ମୋଟ ପଜିଟିଭ୍ ଆକ୍ରାନ୍ତଙ୍କ ମଧ୍ୟରୁ 3,816 ଜଣ କୋରୋନାରୁ ମୁକତ୍ତ ହୋଇ ଘରକୁ ଫେରିଥିବା ବେଳେ ଜିଲ୍ଲାରେ 625 ଜଣ ସକ୍ରିୟ ଆକ୍ରାନ୍ତଙ୍କ ମଧ୍ୟରେ 509 ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.