ETV Bharat / state

କୋରୋନା ପାଇଁ ବାଲି ଲୋଡକୁ ବାରଣ କଲେ ଗ୍ରାମବାସୀ - କୋରୋନା ପାଇଁ ବାଲି ଉଠାଣକୁ ବାରଣ କଲେ ଗ୍ରାମବାସୀ

କୋରୋନା ପାଇଁ ବାଲି ଉଠାଣକୁ ବାରଣ କଲେ ଗ୍ରାମବାସୀ । ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ହେଲା ସ୍ବାଭାବିକ । ଅଧିକ ପଢନ୍ତୁ...

The villagers forbade the removal of sand for Corona
କୋରୋନା ପାଇଁ ବାଲି ଉଠାଣକୁ ବାରଣ କଲେ ଗ୍ରାମବାସୀ
author img

By

Published : May 1, 2020, 7:49 PM IST

ନବରଙ୍ଗପୁର : କୋରୋନା ପାଇଁ ନଦୀରୁ ବାଲି ନେବାକୁ ମନା କଲେ ସ୍ଥାନୀୟ ଲୋକେ । ପ୍ରଶାସନର ହସ୍ତକ୍ଷେପ ପରେ ଉଠିଲା ବାଲି । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦୁରାଗାଁ ଗ୍ରାମବାସୀ ନିକଟ ଭାସ୍କେଲ ନଦୀରୁ ବାଲି ନେବାକୁ ଆସିଥିବା ଗାଡିକୁ ଅଟକାଇ ନଦୀରୁ ବାଲି ନେବା ମନା କରୁଥିବା ସମୟରେ କୋଡ଼ିଙ୍ଗା ଅତିରିକ୍ତ ତହସିଲଦାର ଘଟଣା ସ୍ଥଳକୁ ଯାଇ ଗାଁର ଲୋକଙ୍କୁ ବୁଝାଇବା ପରେ ବାଲି ଉଠାଣ କରାଯାଇ ଥିଲା ।

କୋରୋନା ପାଇଁ ବାଲି ଉଠାଣକୁ ବାରଣ କଲେ ଗ୍ରାମବାସୀ

ମିଳିଥିବା ସୂଚନା ଅନୁଯାଇ କୋରାପୁଟ ଜିଲ୍ଲାର ଟିପର ଦୁରାଗାଁ ଗାଁକୁ ଲାଗିଥିବା ଭାସ୍କେଲ ନଦୀକୁ ବାଲି ନେବାକୁ ଗ୍ରାମ ଭିତରେ ପ୍ରବେଶ କରିବା ବେଳେ ଗ୍ରାମବାସୀ ବାରଣ କରିଥିଲେ । କୋରାପୁଟ ଜିଲ୍ଲାରେ ଗତ କିଛି ଦିନ ତଳେ ଜଣେ କୋରୋନା ପଜେଟିଭ ଚିହ୍ନଟ ହେବାପରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଏହି ଟିପର ଗୁଡିକ କୋରାପୁଟ ଜିଲ୍ଲାର ବୋଲି ଜାଣିବା ପରେ ଲୋକେ ବାଲି ନେବାକୁ ମନା କରିଥିଲେ ।

ପ୍ରକାଶ ଥାଉକି ବାଲି ଘାଟର ଟେଣ୍ଡର ଗତ ଫେବୃଆରୀ ମାସରୁ ସରିଯାଇଛି । ନୂତନ ଟେଣ୍ଡର କୋରୋନା ଯୋଗୁଁ ପ୍ରଶାସନ ପକ୍ଷରୁ କରାଯାଇ ନାହିଁ । କିନ୍ତୁ ଗତ ୨୦ ତାରିଖରୁ ପୁରୁଣା ଟେଣ୍ଡରରେ ପୁଣି ବାଲି ଉଠା ଯିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.