ETV Bharat / state

ନବରଙ୍ଗପୁର ଲାଗିଲା ତାପମାନ ଯନ୍ତ୍ର, ସହଜରେ ଜାଣିହେବ ତାପମାତ୍ରା - ନବରଙ୍ଗପୁରରେ ଲାଗିଲା ତାପମାନ ଯନ୍ତ୍ର

ଘରେ ବସି ଜାଣି ହେବ ଗ୍ରୀଷ୍ମ ପ୍ରବାହର ତାପମାତ୍ରା । ତାପମାନ ଯନ୍ତ୍ରରେ ପରଖି ହେବ ପରିବେଶର ତାପ । ଅଧିକ ପଢ଼ନ୍ତୁ

ନବରଙ୍ଗପୁର ଲାଗିଲା ତାପମାନ ଯନ୍ତ୍ର, ସହଜରେ ଜାଣିହେବ ତାପମାତ୍ରା

author img

By

Published : Apr 10, 2022, 7:34 PM IST

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ଲାଗିଲା ତାପମାନ ଯନ୍ତ୍ର। ଆଜିଠାରୁ ଜିଲ୍ଲାବାସୀ ସିଧାସଳଖ ଗ୍ରୀଷ୍ମପ୍ରବାହର ସୂଚନା ପାଇପାରିବେ। ଦିନକୁ ଦିନ ଜଙ୍ଗଲ କ୍ଷୟ ଏବଂ କଂକ୍ରିଟ ଜଙ୍ଗଲ ବହୁ ମାତ୍ରାରେ ବୃଦ୍ଧି ଯୋଗୁଁ ତାପମାତ୍ରା ପ୍ରତି ବର୍ଷ ବଢିବଢି ଚାଲିଛି ।

ନବରଙ୍ଗପୁର ଲାଗିଲା ତାପମାନ ଯନ୍ତ୍ର, ସହଜରେ ଜାଣିହେବ ତାପମାତ୍ରା

ଗ୍ରୀଷ୍ମ ପ୍ରବାହ ସମ୍ପର୍କରେ ଲୋକମାନଙ୍କୁ ସତର୍କ ସୂଚନା ଦେବା ପାଇଁ ଜିଲ୍ଲାରେ ତାପମାନ ଯନ୍ତ୍ର ନଥିଲା । ଏନେଇ ବିଗତ ଦିନରେ ବିଭିନ୍ନ ଖବରକାଗଜରେ ଖବର ପ୍ରକାଶିତ ହୋଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ସହିତ, ସ୍ବତନ୍ତ୍ର ଆୟୁକ୍ତ ରିଲିଫଙ୍କ ନିର୍ଦ୍ଦେଶ କ୍ରମେ ଭାରତୀୟ ପାଣିପାଗ ବିଭାଗ ଅଧିକାରୀଙ୍କ ମିଳିତ ସହଯୋଗରେ ତାପମାନ ଯନ୍ତ୍ର ଏବଂ ବର୍ଷା ଜଳ ମାପ ଯନ୍ତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାପନ କରାଯାଇଛି ।

ବାୟୁମଣ୍ଡଳର ବିଜ୍ଞାନ ଓ ପର୍ଯ୍ୟବେକ୍ଷଣ ପାଇଁ ଓଡ଼ିଶା ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗରେ ଏହି ତାପମାନ ଯନ୍ତ୍ର ସ୍ଥାପନ କରାଯାଇଛି। ସ୍ବତନ୍ତ୍ର ଆୟୁକ୍ତ ରିଲିଫ ଏବଂ ଭାରତୀୟ ପାଣିପାଗ ବିଭାଗରୁ ଆସିଥିବା ନରେନ୍ଦ୍ର କୁମାର ସାହୁ ଏବଂ ଭରତ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ଉପବିଭାଗର ଜିଲ୍ଲା ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ସେକ୍ସନ ଅଫିସର ଧନପତି ନାୟକ, ବରିଷ୍ଠ ରାଜସ୍ବ ସହାୟକ, ଦୁର୍ଗା ମାଧବ ପଣ୍ଡା, ଡାଟା ଏଣ୍ଟ୍ରି ଅପରେଟର ଅଭିନାଶ ପାତ୍ର ଉକ୍ତ ଯନ୍ତ୍ର ପରିଚାଳନା ବିଷୟରେ ତାଲିମ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ମୌସୁମୀ ନାୟକ, ବରିଷ୍ଠ ରାଜସ୍ବ ସହାୟକ ତ୍ରିପତି ବାଲାଜୀ ସାହୁ, ନୀଳକଣ୍ଠ ରାଜୁ, ସନ୍ଦୀପ ନାୟକ, ବବିନା ସୁଲତାନ, ରୀନା ରାଣୀ ପାତ୍ର ଭେଙ୍କେଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.