ନବରଙ୍ଗପୁର : ପ୍ରେମିକର ଘର ସମ୍ମୁଖରେ ୭ ମାସର ଗର୍ଭବତୀ ପ୍ରେମିକାର ଧାରଣା । ଏଭଳି ଘଟଣା ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଛତ୍ରଭର ଗାଁରେ । ଘଟଣା ଅନୁସାରେ ଛତ୍ରଭର ଗାଁର ଲାଇଜର ଖରା ନାମକ ଜଣେ ବିବାହିତ ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଖାତିଗୁଡା ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଦୀର୍ଘ ୭ବର୍ଷ ତଳେ ଗଢ଼ିଥିଲେ । ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖୁଥିଲେ । ହେଲେ ଏବେ ପୀଡ଼ିତା ଜଣକ ୭ମାସର ଗର୍ଭବତୀ ଥିବା ଜାଣିବା ପରେ ଆଉ ଧରାଛୁଆଁ ଦେଉନାହାଁନ୍ତି ପ୍ରେମିକ ଲାଇଜର ଖରା । ବର୍ଷ ତଳୁ ଉଭୟଙ୍କ ଭିତରେ ସମ୍ପର୍କ ଗଢ଼ି ଉଠିଥିଲା ।
ଲାଇଜର ବିବାହିତ ହୋଇଥିଲେ ମଧ୍ୟ ନିଜ ସ୍ତ୍ରୀକୁ ଭାଉଜ ଏବଂ ନିଜ ଝିଅକୁ ଝିଆରୀ ବୋଲି ମିଛ କହି ପ୍ରେମିକାକୁ ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା । ତେବେ ପୀଡ଼ିତା ଜଣକ ଘରକୁ ନେଇ ରଖିବା ପାଇଁ ଜିଦ୍ କରିବାରୁ ପ୍ରେମିକ ଜଣକ ଏକ ମାସ ଉମରକୋଟ ସ୍ଥିତ ଡଙ୍ଗରିସାହିରେ ଥିବା ତାଙ୍କ ଭଉଣୀ ଘରେ ରଖିଥିଲା ।
ଏହାପରେ ଡାବୁଗାଁର ସୁଧାର ଗୃହରେ ଏକ ମାସ ରଖିବା ପରେ ଛତ୍ରଭର ନିଜ ଘରକୁ ଧରିକି ଆସିବା ପରେ ପ୍ରେମିକର ମା', ଝିଆରୀ, ଦିଅର ଏବଂ ସ୍ତ୍ରୀ ପୀଡ଼ିତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବାସହ ଲୁଗାପଟା ବାହାରେ ଫୋପାଡ଼ି ଦେଇଥିଲେ । ଏହାସହ ଘରୁ ତଡ଼ି ଦେଇଥିଲେ । ୧୫ ଦିନ ହେବ ୭ମାସର ଗର୍ଭବତୀ ପ୍ରେମିକା ବାରଦୁଆର ବୁଲି ବୁଲି ନ୍ୟାୟର ଅପେକ୍ଷାରେ ରହିଛି ।
ଖାଲି ସେତିକି ନୁହେଁ, ୧ ମାସ ପୂର୍ବରୁ ପାପଡ଼ାହାଣ୍ଡି ଥାନାରେ ପୀଡ଼ିତା ଅଭିଯୋଗ ଦେବାପରେ ମଧ୍ୟ ନ୍ୟାୟ ମିଳି ପାରିନାହିଁ। ଏପଟେ ପ୍ରେମିକ ଘର ଛାଡ଼ି ଫେରାର ହୋଇଯାଇଛି ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ