ETV Bharat / state

କୋରୋନା ସତର୍କତା: ଓଡିଶା ଛତିଶଗଡ ବର୍ଡର ସିଲ

author img

By

Published : Mar 25, 2020, 10:29 PM IST

Updated : Mar 26, 2020, 8:12 AM IST

କୋରୋନା ନେଇ ପୁରା ରାଜ୍ୟ ଲକ ଡାଉନ । ଛତିଶଗଡ଼ ସରକାର କୋରୋନାକୁ ନେଇ ପୁରା ସତର୍କ ଥିବାବେଳେ ସମସ୍ତ ବର୍ଡରକୁ ସିଲ କରିଦେଇଛନ୍ତି ସରକାର । ଅଧିକ ପଢନ୍ତୁ....

The Odisha-Chhattisgarh Border Seal for Corona
କୋରୋନା ନେଇ ଓଡିଶା ଛତିଶଗଡ ବର୍ଡର ସିଲ

ନବରଙ୍ଗପୁର: ଦିନକୁ ଦିନ ବିଶ୍ବରେ କୋରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ମଧ୍ୟ କୋରୋନାର ମୁକାବିଲା ପାଇଁ ଅନେକ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଦୁଇଟି ସହର ଉମରକୋଟ ଓ ନବରଙ୍ଗପୁରକୁ ମଧ୍ୟ ୨୩ ତାରିଖରୁ ଲକ ଡାଉନ କରାଯାଇଛି । ସମଗ୍ର ଦେଶକୁ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ କରିବା ପରେ ସ୍ଥିତି ପରଖିବା ପାଇଁ ପହଞ୍ଚି ଥିଲୁ ଓଡିଶା,ଛତିଶଗଡ଼ ସୀମାନ୍ତରେ ।

ଓଡିଶା ଛତିଶଗଡ ବର୍ଡର ସିଲ

ଛତିଶଗଡ଼ ସରକାର କୋରୋନାକୁ ନେଇ ପୁରା ସତର୍କ ଥିବା ବେଳେ, ସମସ୍ତ ବର୍ଡରକୁ ସିଲ କରିଦେଇଛନ୍ତି । କୋରୋନା ଆତଙ୍କ ନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ପୂର୍ବରୁ ରଜ୍ୟ ବାହାରୁ ଆସିଥିବା ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଏଥିପାଇଁ ଗୋଟିଏ ଡାକ୍ତର ଓ ଦୁଇଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ହୋଇଛନ୍ତି । କୋରୋନା ଭାଇରସ ସଂକ୍ରମଣ ସନ୍ଦେହ ହେଲେ, ସନ୍ଧିଗ୍ଧଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ଆଇସଲେସନ ପାଇଁ ପଠାଇ ଦିଆଯାଉଛି ।ସେପଟେ,ବର୍ଡରକୁ ଜଗି ରହିଥିବା ପୋଲିସ କର୍ମୀ ମାନେ ବାହାର ରାଜ୍ୟର ଲୋକଙ୍କୁ ପ୍ରବେଶ ପାଇଁ ବାରଣ କରୁଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରମାଣ ପତ୍ର ଯାଞ୍ଚ କରି ଛତିଶଗଡ଼ ଭିତରକୁ ଆସିବାକୁ ଅନୁମତି ଦେଉଥିଲେ । ଏପଟେ ଓଡିଶା ପକ୍ଷରୁ ସୀମାନ୍ତ ଅଞ୍ଚଳରେ କୈଣସି ପ୍ରକାର ଏଭଳି ବ୍ୟବସ୍ଥା ହୋଇ ନଥିବା ଦେଖିବାକୁ ମିଳି ନ ଥିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Mar 26, 2020, 8:12 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.